ସବୁଠି ମୁନ୍‌ମୁନ୍

ଉପସ୍ଥାପିକା ମୁନ୍‌ମୁନ୍‌। ଟେଲିଭିଜନରୁ ଷ୍ଟେଜ୍‌ ସବୁଠି ଚର୍ଚ୍ଚାରେ ସେ। ସରକାରୀ ମହୋତ୍ସବ ଆଉ କର୍ପୋରେଟ‌୍ ସଭାସମିତି; ସବୁଠି ମୁନ୍‌ମୁନ୍‌। ସତେ ଯେମିତି ତାଙ୍କ ଚେହେରା, ଠାଣିବାଣୀ ସବୁଠୁ ଆକର୍ଷକ। ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପିକା ମୁନ୍‌ମୁନ୍‌ଙ୍କୁ ଖୋଜାପଡ଼େ।

ଅମ୍ବିକା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସୁନ୍ଦରୀ ମା’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ‘ଶ୍ରୀମତୀ ଭୁବନେଶ୍ବରୀ’ ମୁକୁଟ ପିନ୍ଧିଥିଲେ। ପୁରୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଅନେକ ସ୍ଥାନରୁ ସୁନ୍ଦରୀ ମା’ମାନେ ବହୁ ସଂଖ୍ୟାରେ ଆସି ଏଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ହେଲେ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ ଉନ୍ନିତ ସାତଜଣ ସୁନ୍ଦରୀ ମା’ମାନଙ୍କ ମଧ୍ୟରୁ ମୁନ୍‌ମୁନ୍‌ ହିଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଡ୍ୟାନ୍ସ, ମଡେଲିଂ ଓ ଆଙ୍କରିଙ୍ଗରେ ଦକ୍ଷତା ଥିବା ମୁନ୍‌ମୁନ୍‌ କିଛି ବିଜ୍ଞାପନ ମୁଭିରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ ମାନବ ସମ୍ବଳ ସେବାରେ ସେ କିଛି ଘରୋଇ ଚ୍ୟାନେଲରେ ମଧ୍ୟ ଗୁରୁଦାୟିତ୍ବ ବହନ କରିଥିଲେ। ଆଗାମୀ ଦିନରେ ଦେୟମୁକ୍ତ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ସେ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର