ମୁମ୍ବାଇ: ନିକଟରେ 'ଇମ୍ଲି’ ଫେମ୍ ସୁମ୍ବୁଲ ତାଙ୍କ ପିତାଙ୍କୁ ଦ୍ୱିତୀୟ ଥର ବିବାହ କରାଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ଅନ୍ୟ ଜଣେ ଅଭିନେତା ସମାନ କାର୍ଯ୍ୟ କରିଛନ୍ତି। ଅଭିନେତା ନିଜ ମାଆଙ୍କର ଦ୍ବିତୀୟ ବିବାହ କରାଇ ଦୁନିଆ ସାମ୍ନାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ସେ ହେଉଛନ୍ତି ମରାଠୀ ଅଭିନେତା ସିଦ୍ଧାର୍ଥ ଚାନ୍ଦକର। ସିଦ୍ଧାର୍ଥ ଦ୍ୱିତୀୟ ଥର ପାଇଁ ତାଙ୍କ ମାଙ୍କ ବିବାହ କରାଇ ଏକ ସୁନ୍ଦର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ସେ କରିଥିବା କାର୍ଯ୍ୟ ପାଇଁ ସିଦ୍ଧାର୍ଥଙ୍କୁ ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା କରାଯାଉଛି। ତାଙ୍କ ମା’ଙ୍କ ଦ୍ୱିତୀୟ ବିବାହର ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, ‘‘ତୁମର ଦ୍ୱିତୀୟ ଇନିଂସ ପାଇଁ ଅଭିନନ୍ଦନ ମାଆ! ତୁମେ ମଧ୍ୟ ସାଥୀ ଚାହୁଁଛ, ତୁମେ ନିଜ ପିଲାମାନଙ୍କଠାରୁ ଭିନ୍ନ ଜୀବନ ଚାହୁଁଛ, ତୁମେ ଏକ ଭିନ୍ନ ସୁନ୍ଦର ଦୁନିଆ ଚାହୁଁଛ, ମୁଁ କେବେ ବି ଏକଥାକୁ ହୃଦୟଙ୍ଗମ କରିନାହିଁ।’’
View this post on Instagram
ସେ ଆହୁରି ଅନେକ କିଛି ଲେଖିଛନ୍ତି, ଯାହା ହୃଦୟକୁ ଛୁଇଁବ। ସିଦ୍ଧାର୍ଥ ଲେଖିଛନ୍ତି, ‘‘ତୁମେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟରେ ଚିନ୍ତା କରିଛ। ବର୍ତ୍ତମାନ ନିଜ ବିଷୟରେ ଏବଂ ତୁମର ନୂଆ ସାଥୀଙ୍କ ବିଷୟରେ ଚିନ୍ତା କର। ତୁମର ପିଲାମାନେ ସର୍ବଦା ତୁମ ସହିତ ଅଛନ୍ତି। ତୁମେ ମୋ ବିବାହ ଧୁମ୍ଧାମ୍ରେ କରାଇଛି। ଏବେ ମୁଁ ତୁମ ବିବାହ କରାଉଛି। ତୁମ ବାହାଘର ମୋ ଜୀବନର ଅନ୍ୟତମ ସୁନ୍ଦର ବିବାହ। ତୁମକୁ ବହୁତ ଭଲପାଏ ମାଆ।’’
ଅଭିନେତାଙ୍କୁ ତାଙ୍କର ଏହି ଉଚ୍ଚ କୋଟିର କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ସିଦ୍ଧାର୍ଥଙ୍କ ଏହି ପୋଷ୍ଟରେ କେବଳ ସାଧାରଣ ଜନତା ନୁହଁନ୍ତି, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ମଧ୍ୟ ଅଭିନନ୍ଦନ ଜଣାଯାଉଛି। ସିଦ୍ଧାର୍ଥଙ୍କ ଏହି ପଦକ୍ଷେପକୁ ସମସ୍ତେ ହୃଦୟରୁ ପ୍ରଶଂସା କରୁଛନ୍ତି।