ଚେନ୍ନାଇ: ଲୋକପ୍ରିୟ ତାମିଲ୍ ‘ବିଗ୍ ବସ୍-୩’ର ପ୍ରତିଯୋଗୀ ମଧୁସ୍ମିତା ଅଭିନେତା ତଥା ‘ବିଗ୍ ବସ୍’କୁ ହୋଷ୍ଟ୍ କରୁଥିବା କମଲ ହସନଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଚେନ୍ନାଇର ନଜରଥପେଟ୍ ପୁଲିସ୍ ଷ୍ଟେସନ୍ରେ ଅଭିଯୋଗ ଲେଖାଇ କହିଛନ୍ତି ଯେ ତାଙ୍କର ଅନ୍ୟ ପ୍ରତନ୍ଦ୍ୱନ୍ଦୀଙ୍କ ସହ ମିଶି କମଲ ହସନ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସେ ଆହୁରି ବି କହିଛନ୍ତି ଯେ ତାଙ୍କୁ ଏତେ ନିର୍ଯାତନା ଦିଆଯାଇଥିଲା କି ସେ ‘ବିଗ୍ ବସ୍’ ହାଉସ୍ରୁ ବାହାରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ପୂର୍ବରୁ ଜାଣିବାକୁ ମିଳିଥିଲା ଯେ ସେ ‘ବିଗ୍ ବସ୍’ ହାଉସର ନିୟମ ଉଲ୍ଲଂଘନ କରିଥିବା କାରଣରୁ ତାଙ୍କୁ ସୋ’ରୁ ବାହାର କରି ଦିଆଯାଇଥିଲା।
କମଲ ହସନଙ୍କ ପାଇଁ ଏପରି ଅଭିଯୋଗ ନୂଆ ନୁହେଁ। ଏହି ସୋ’କୁ ନେଇ ପୂର୍ବରୁ ବି ତାଙ୍କ ନାଁରେ ଅଭିଯୋଗ ଅଛି। ୨୦୧୮ ମସିହାରେ ହିନ୍ଦୁ ମକଲ କଟଚି(ଏଚ୍ଏମ୍କେ) ପକ୍ଷରୁ କମଲ ହୋଷ୍ଟିଂ କରୁଥିବା ଏହି ସୋ’କୁ ବ୍ୟାନ୍ କରିବାକୁ ଦାବି ହୋଇଥିଲା। ଏହି ସୋ’ ତାମଲ୍ ସଂସ୍କୃତି ବିରୋଧୀ ବୋଲି ଅଭିଯୋଗ ହୋଇଥିଲା।