ଶ୍ରୀଦେବୀଙ୍କ ଅପୂରଣୀୟ ଇଛା ପୂରା କରିବାକୁ ଯାଉଛନ୍ତି ସ୍ୱାମୀ ବୋନି କପୁର୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକକୁ ବହୁ ମାସ ବିତିବା ପରେ ମଧ୍ୟ ସେ ଚର୍ଚ୍ଚାର ବିଷୟ ରହିଛନ୍ତି । ଖାଲି ଯେ ତାଙ୍କ ପରିବାର ତାଙ୍କୁ ଭୁଲି ପାରି ନାହାନ୍ତି ତାହା ନୁହଁ, ବରଂ ସିନେ ଜଗତ ମଧ୍ୟ ହଠାତ୍‌ ତାଙ୍କ ଇହଧାମ ତ୍ୟାଗ କରିବାକୁ ସ୍ୱୀକାର କରିପାରୁନାହିଁ । ଶ୍ରୀଦେବୀ ଖାଲି ଅଭିନୟ, ନୃତ୍ୟରେ ପାରଙ୍ଗମ ଥିଲେ ତାହା ନୁହଁ ବରଂ ଚିତ୍ର୍ର କଳାରେ ମଧ୍ୟ ତାଙ୍କର ବହୁ ଆଗ୍ରହ ରହିଥିଲା । ବହୁତ କମ ଲୋକ ଏହା ଜାଣି ଥିବା ବେଳେ ନିକଟରେ ବୋନି କପୁର ତାଙ୍କ ଦ୍ୱାରା ନିର୍ମିତ ସମସ୍ତ ପେଣ୍ଟିଂର ଏକ ପ୍ରଦର୍ଶନୀ କରିବେ ବୋଲି ଘୋଷଣା କରିଛନ୍ତି । ଶ୍ରୀଦେବୀଙ୍କର ବହୁ ଦିନରୁ ଏହା ଇଛା ରହିଥିବାରୁ ବର୍ତ୍ତମାନ ତାହାକୁ ପୂରା କରିବାକୁ ମନସ୍ଥ କରିଛନ୍ତି ବୋନି।

Masala!

ପତ୍ନୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ନିଜକୁ ଏବଂ ଝିଅମାନଙ୍କୁ ବହୁ କଷ୍ଟରେ ସମ୍ଭାଳୁଥିବା ବୋନି ପତ୍ନୀଙ୍କ ସମସ୍ତ ଜିନିଷର ଏକ ସଂଗ୍ରହାଳୟ ପ୍ରସ୍ତୁତ କରିବେ ବୋଲି ନିର୍ଣ୍ଣୟ ନେଇଛନ୍ତି । ଏଥିରେ ଶ୍ରୀଦେବୀଙ୍କ ଦ୍ୱାରା ନିର୍ମିତ ପେଣ୍ଟିଂର ଏକ ପ୍ରଦର୍ଶନୀ କରିବେ ନେଇ ସେ ଘୋଷଣା କରିଛନ୍ତି । ମିଡ଼ିଆ ସୂତ୍ର ଅନୁଯାୟୀ , ଶ୍ରୀଦେବୀ ନିଜ ରୁଚି ପାଇଁ ପେଣ୍ଟିଂ କରୁଥିଲେ ମଧ୍ୟ ସେଥିରେ ଜଣେ ଅଭିଜ୍ଞ କଳାକାରର ଝଲକ ନଜର ଆସିଥାଏ । ଏପରିକି ୨୦୧୦ ମସିହାରେ ତାଙ୍କର ଗୋଟେ ପେଣ୍ଟିଂକୁ ୨୨ ଲକ୍ଷ ଟଙ୍କାରେ ନିଲାମ ମଧ୍ୟ କରାଯାଇଥିଲା । ଶ୍ରୀଦେବୀ ତାଙ୍କ ପାଖ ଲୋକଙ୍କୁ ଉପହାର ହିସାବରେ ମଧ୍ୟ ନିଜର କିଛି ପେଣ୍ଟିଂ ଦେଇଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର