ଏହା ହେଉଛି ଏଯାବତ୍‌ ନୀଳନୟନାଙ୍କୁ ମିଳିଥିବା ସବୁଠାରୁ ଭଲ ଏବଂ ଖରାପ କମେଣ୍ଟ୍‌

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ତଥା ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ। ସେ ସଦା ତାଙ୍କର ଷ୍ଟାଇଲ୍‌ ଓ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ଚର୍ଚ୍ଚାର କାରଣ ପାଲଟିଥାଏ ସେ ପିନ୍ଧିଥିବା ଲମ୍ବା ଗାଉନ୍‌ ତ ପୁଣି କେବେ ଚର୍ଚ୍ଚା ପାଲଟିଥାଏ ତାଙ୍କ ଓଠର ବାଇଗଣୀ ରଂଗର ଲିପ୍‌ଷ୍ଟିକ୍‌। କେବେ କେବେ ନିଜ ଝିଅ ଆରାଧ୍ୟାଙ୍କ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି ଐଶ୍ୱର୍ଯ୍ୟା।

ଜଣେ ବିଶ୍ୱ ସୁନ୍ଦରୀ ତଥା ସୁପ୍ରସିଦ୍ଧ ଅଭିନେତ୍ରୀ ଭାବେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି ନିଶ୍ଚୟ। କେବଳ ପ୍ରଶଂସକ ନୁହଁନ୍ତି ସମାଲୋଚକ ବି ଦେଖିବାକୁ ମିଳନ୍ତି ନୀଳନୟନାଙ୍କର। ତେବେ, ପ୍ରଶଂସକଙ୍କ ମୁହଁରୁ ଭଲ ଭଲ ମତାମତ ପାଇବା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ମାତ୍ର ସମାଲୋଚକଙ୍କ ମୁହଁରୁ କିଛି ଶବ୍ଦ ଶୁଣି ନୀଳନୟନା ଦୁଃଖୀ ହୋଇପଡ଼ିବା କଥା ନିଶ୍ଚୟ ନୂଆ।

ନିକଟରେ ହୋଇଥିବା ଏକ ସାକ୍ଷାତ୍‌କାରରେ ତାଙ୍କୁ ପଚରା ଯାଇଥିଲା କି ଏଯାବତ୍‌ ତାଙ୍କୁ ମିଳିଥିବା ସବୁଠାରୁ ଭଲ ଏବଂ ଖରାପ କମେଣ୍ଟ୍‌ ସଂପର୍କରେ। ଏହାର ଉତ୍ତର ଦେଇ ନୀଳନୟନା କହିଥିଲେ କି ସବୁଠାରୁ ଭଲ କମେଣ୍ଟ୍‌ ଥିଲା ‘ସୁପର୍‌ମମ୍‌’। ମାତ୍ର ସେ ପାଇଥିବା ସବୁଠାରୁ ଖରାପ କମେଣ୍ଟ୍‌ ହେଉଛି ‘ପ୍ଲାଷ୍ଟିକ୍‌’ ଓ ‘ଫେକ୍‌’।

ସମ୍ବନ୍ଧିତ ଖବର