ମୃତ୍ୟୁ ପରେ ଦୁବାଇ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଥିବା ଶ୍ରୀବେଦୀଙ୍କ ଫଟୋ ନକଲି, ଭାଇରାଲ୍‌ ହୋଇଥିବା ଫଟୋ ତାଙ୍କର ନୁହେଁ

ମୁମ୍ବାଇ: ଦୁବାଇର ରସିଦ୍‌ ହସ୍ପିଟାଲ୍‌ରେ ଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରର ପ୍ରଥମ ଫଟୋ ଇଣ୍ଟର୍‌ନେଟ୍‌ରେ ଗତକାଲି ଛାଇ ଯାଇଥିଲା। ଏଠାରେ ଆମେ ଆପଣଙ୍କ ସୂଚନା ନିମସ୍ତେ ଜଣାଇ ଦେଉଛୁ ଯେ ଶ୍ରୀଦେବୀଙ୍କ ମୃତ୍ୟୁ ପରର ପ୍ରଥମ ଫଟୋ ନାମରେ ହ୍ଵାଟ୍‌ସଆପ୍‌ ଓ ଫେସ୍‌ବୁକ୍‌ରେ ଛାଇଯାଇଥିବା ଉକ୍ତ ଫଟୋଟି ନକଲି ବୋଲି ଏବେ ଜାଣିବାକୁ ମିଳିଛି।

ଅପଣ ଜାଣିଥିବେ ଯେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀଦେବୀ ତାଙ୍କ ପତି ବୋନି କପୁର୍‌ ଏବଂ ସାନ ଝିଅ ଖୁସିଙ୍କ ସହ ଦୁବାଇରେ ପହଞ୍ଚିଥିଲେ। ଏପଟେ ବଡ଼ ଝିଅ ଜାନଭୀ ନିଜର ଆଗାମୀ ଡେବ୍ୟୁ ଚଳଚ୍ଚିତ୍ର ‘ଧଡକ୍‌’ର ସୁଟିଂ ପାଇଁ ମୁମ୍ବାଇରେ ବ୍ୟସ୍ତ ରହିଥିଲେ। ଦୁବାଇରେ ଅଚାନକ ହୃଦ୍‌ଘାତରେ ପ୍ରାଣତ୍ୟାଗ କରିଥିଲେ ସଭିଙ୍କ ମନର ରାଣୀ ଶ୍ରୀଦେବୀ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର୍‌ଙ୍କ ସହ ଡିନର୍‌ ପାଇଁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଏପରି ଘଟିଥିଲା। ସେ ଓ୍ଵାସ୍‌ରୁମ୍‌ ଯାଇଥିଲେ ଏବଂ କିଛି ସମୟ ପର୍ଯ୍ୟନ୍ତ ସେଠାରୁ ନ ବାହାରିବାରୁ ସ୍ୱାମୀ ବୋନି କପୁର୍‌ କବାଟ ବାଡ଼େଇଥିଲେ। ଭିତରୁ କୌଣସି ଉତ୍ତର ମିଳିନଥିଲା। ସେ ଯେତେବେଳ କବାଟ ଭାଙ୍ଗି ଦେଖନ୍ତି ତ ଶ୍ରୀଦେବୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିଲେ।

ତା’ପରେ ତାଙ୍କୁ ଦୁବାଇର ରସିଦ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଶ୍ରୀଦେବୀଙ୍କୁ ମୃତ ଘୋଷଣା କରିଥିଲେ। ତା’ପରେ ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ମର ଶରୀରକୁ ଫରେନ୍‌ସିକ୍‌ ମେଡିସିନ୍‌ର ସାଧାରଣ ବିଭାଗକୁ ନିଆଯାଇଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଏକ ପ୍ରାଇଭେଟ୍‌ ଜେଟ୍‌ ଦ୍ୱାରା ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଆଜି ଅପରାହ୍ନରେ ମୁମ୍ବାଇ ଅଣାଯିବ।

ସମ୍ବନ୍ଧିତ ଖବର