ବଲିଉଡ୍‌ ଦବଙ୍ଗଙ୍କ ଠାରୁ ମାଷ୍ଟରବ୍ଲାଷ୍ଟରଙ୍କ ଯାଏଁ କିଏ ଦଶମ ଫେଲ୍‌ ତ କିଏ ଦ୍ୱାଦଶ ଫେଲ୍‌ !

ମୁମ୍ବାଇ: ବର୍ତ୍ତମାନ ଶିକ୍ଷାକୁ ସଫଳତାର ମୂଳମନ୍ତ୍ର କହି ପିଲାଙ୍କୁ ପାଠପଢ଼ା ପାଇଁ ଚାପ ପକାଯାଉଥିବା ବେଳେ ଦେଶରେ ଏପରି ଅନେକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଶେଷ କରିନଥିଲେ ମଧ୍ୟ ଜୀବନରେ ସଫଳତା ହାସଲ କରିଛନ୍ତି । ଶିକ୍ଷା ଜରୁରୀ ନିଶ୍ଚିତ, କିନ୍ତୁ ତା’ ସହିତ ଆପଣଙ୍କର ପ୍ରତିଭା ମଧ୍ୟ ରହିବା ଆବଶ୍ୟକ । ଯେଉଁ ଦିଗ ପ୍ରତି ଆପଣଙ୍କର ଇଚ୍ଛା ଏବଂ ଆଗ୍ରହ ରହିଛି ତାହା ହିଁ ଜୀବନରେ କରିବା ଆବଶ୍ୟକ କାରଣ ତାହା ଦ୍ୱାରା ହିଁ ଆପଣଙ୍କୁ ସଫଳତା ମିଳିଥାଏ । ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ବିଷୟରେ ଯେଉଁମାନେ ଦଶମ ଏବଂ ଦ୍ୱାଦଶରେ ଫେଲ୍‌ ହୋଇ ମଧ୍ୟ ନିଜର ପ୍ରତିଭା ପାଇଁ ସଫଳତା ହାସଲ କରିଛନ୍ତି ।

The Indian Express

ସଲମାନ୍‌ ଖାନ୍‌ : ବଲିଉଡ୍‌ର ଭାଇଜାନ ଭାବେ ପରିଚିତ ସଲମାନ୍‌ ଲକ୍ଷାଧିକ ମହିଳାଙ୍କ ହୃଦୟର ସ୍ପନ୍ଦନ ପାଲଟିଥିବା ବେଳେ ସେ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ସେ ବହୁ କମ୍‌ ବୟସରୁ ଅଭିନୟ ଆରମ୍ଭ କରିଥିବା ବେଳେ ବହୁ ସଫଳତା ହାସଲ କରିଥିଲେ । ଯାହା ଦ୍ୱାରା ସେ ଆଗକୁ ଆଉ ଶିକ୍ଷା ଗ୍ରହଣ କରିନଥିଲେ ।

DNA India

ସଚ୍ଚିନ୍‌ ତେନ୍ଦୁଲ୍‌କର : କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ୍‌ ତେନ୍ଦୁଲ୍‌କର କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଶିକ୍ଷାଗତ ଯୋଗ୍ୟତା କମ୍‌ ରହିଥିଲେ ମଧ୍ୟ ନିଜର କ୍ରିକେଟ କୌଶଳ ପାଇଁ ସେ ଦୁନିଆରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

Deccan Chronicle

କଙ୍ଗନା ରାଣାଓ୍ଵତ୍‌ : ଦ୍ୱାଦଶରେ ଫେଲ୍‌ ହେଇଛନ୍ତି ବଲିଉଡ୍‌ର କୁଇନ୍‌ କଙ୍ଗନା ରାଣାଓ୍ଵତ୍‌। କେମେଷ୍ଟ୍ରି ବିଷୟରେ ଫେଲ୍‌ ହୋଇଥିବା ଯୋଗୁ ସେ ପାଠପଢ଼ା ଛାଡ଼ି ଅଭିନୟକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରିଥିଲେ । ତେବେ ପାଠ ପଢ଼ାରେ ପଛରେ ଥିଲେ କ’ଣ ହେବ କଙ୍ଗନା ବର୍ତ୍ତମାନ ବଲିଉଡ୍‌ କୁଇନ୍‌ ହୋଇ ପ୍ରଶଂସକଙ୍କ ମନରେ ରାଜ କରୁଛନ୍ତି ।

Deccan Chronicle

କାଟ୍ରିନା କୈଫ୍‌ : କେବଳ ସଲମାନ୍‌ ନୁହଁ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ କାଟ୍ରିନା ମଧ୍ୟ ତାଙ୍କ ସ୍କୁଲ ପୂରା କରିନାହାନ୍ତି । ଅଭିନୟ ଏବଂ ମଡ଼େଲିଂ ପାଇଁ ସେ ୧୪ ବର୍ଷରୁ ହିଁ ତାଙ୍କ ପାଠପଢ଼ା ଛାଡ଼ିଦେଇଥିଲେ । ତେବେ ସେ ଯା ହେଉନା କାହିଁକି ନିଜର କଠୋର ପରିଶ୍ରମ ଏବଂ ପ୍ରତିଭା ପାଇଁ କାଟ୍ରିନା ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜର ସ୍ଥାନ ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧିତ ଖବର