ମୁମ୍ବାଇ: ଲୋକପ୍ରିୟ କମେଡି ସୋ’ ‘ଦି କପିଲ ଶର୍ମା ସୋ’ରୁ ହାସ୍ୟ କଳାକାର ସୁନୀଲ ଗ୍ରୋଭର ବିଦାୟ ନେବାର ଘଟଣାକୁ ୬ ବର୍ଷ ବିତିଗଲାଣି । ଅନେକ ଦର୍ଶକ ସେ କେବେ ପୁଣି ଏହି ସୋ’କୁ ଫେରିବେ ତାହାକୁ ଅପେକ୍ଷା କରି ରହିଥିବା ବେଳେ ସୁନୀଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସ୍ଥାନୀୟ ଦୋକାନ ଭିତରେ ଛିଡ଼ା ହେ‌ାଇ ଲୋକଙ୍କ କେଶ କାଟୁଥିବାର ଦେଖିବାକୁ ମିଳୁଛି।

Advertisment

ଭିଡିଓରେ ସୁନୀଲଙ୍କୁ ଏକ ଧଳାରଙ୍ଗର ସି-ସାର୍ଟ  ଓ ସର୍ଟସ ପ୍ୟାଣ୍ଟ ପିନ୍ଧିଛନ୍ତି। ଆଉ ଚୌକିରେ ବସିଥିବ‌ା ଜଣେ ବ୍ୟକ୍ତିଙ୍କ କେଶ କାଟୁଛନ୍ତି। ଏହି ଭିଡିଓ ସେୟାର କରି ସୁନୀଲ କ୍ୟାପସନରେ ଲେଖିଛନ୍ତି, ‘ନିଜ ପସନ୍ଦର କାମ କରୁଥିବା ବେଳେ’।

ସୁନୀଲ ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ସିନେମା ‘ଯବାନ’ରେ କାମ ଥିବା ଜଣାପଡ଼ିଛି। ଆଗାମୀ ୭ ତାରିଖରେ ‘ଯବାନ’ ରିଲିଜ୍‌ ହେବାକୁ ଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମନରେ ଢେର୍‌ ଉତ୍ସାହ ଭରି ରହିଛି।

କେବଳ ଯେ ସୁନୀଲ ଗ୍ରୋଭର ନୁହନ୍ତି କିଛିଦିନ ତ‌ଳେ ସୋ’ରେ ସପନା ଭୂମିକାରେ ଅଭିନୟ କରୁଥିବା କୃଷ୍ଣା ଅଭିଷେକ ସୋ’ ଛାଡି ଚାଲିଯାଇଥିଲେ । ସୋ’ ଛାଡ଼ିବାର କିଛିଦିନ ପରେ ଖବର ମିଳିଥିଲା କି କୃଷ୍ଣା ସୋ’କୁ ପୁଣିଥରେ ଫେରି ଆସିଛନ୍ତି। ଯାହାକୁ ନେଇ ଦର୍ଶକ ଖୁସି ହୋଇଯାଇଥିଲେ।