ଆଇସିୟୁରେ ଭର୍ତ୍ତି ହେଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ଵାଜିଦ୍‌,ସାଜିଦ୍‌ଙ୍କ ସହ ମିଶି ଦେଇଛନ୍ତି ଅନେକ ହିଟ୍‌ ଗୀତ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ୍ଵାଜିଦ୍‌ ଖାନ୍‌ଙ୍କ ଅସୁସ୍ଥ ହୋଇ ପଡ଼ିବାରୁ ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା । ବ୍ଲକେଜ୍‌ ହେବାର ଆଶଙ୍କା ଥିବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ଡ଼ାକ୍ତର କହିଛନ୍ତି ।

jansatta.com

ମିଳିଥିବା ସୂଚନା ମୁତାବକ, ଓ୍ଵାଜିଦ୍‌ଙ୍କ ଅବସ୍ଥା ଏବେ ପର୍ଯ୍ୟନ୍ତ ମଧ୍ୟ ସଙ୍କଟାପନ୍ନ ରହିଛି । ତାଙ୍କ ଭାଇ ସାଜିଦ୍‌ ଏବଂ ପରିବାର ଲୋକେ ତାଙ୍କ ଦେଖାଶୁଣା ପାଇଁ ଏବେ ଡ଼ାକ୍ତରଖାନାରେ ରହିଥିବା ସୂଚନା ମିଳିଛି । ତାଙ୍କର ଗୋଟେ ଧମନୀ ୧୦୦ପ୍ରତିଶତ ବ୍ଲକ୍‌ ହୋଇ ସାରିଥିବା ବେଳେ ଅନ୍ୟଟି ୯୦ପ୍ରତିଶତ ବ୍ଲକ୍‌ ହୋଇଥିବା ଜଣାପଡ଼ିଛି । ପୂର୍ବ ଅପେକ୍ଷା ଏବେ ତାଙ୍କ ଅବସ୍ଥା ଟିକେ ଭଲ ଥିବା ଡ଼ାକ୍ତର ଜଣାଇଛନ୍ତି । ସାଜିଦ୍‌-ଓ୍ଵାଜିଦ୍‌ଙ୍କ ଯୋଡ଼ି ବଲିଉଡ୍‌ରେ ଲୋକପ୍ରିୟ ହୋଇଥିବା ବେଳେ ଦୁହେଁ ସାଥୀରେ ଅନେକ ହିଟ୍‌ ଗୀତ ନିଜ ଶ୍ରୋତାମାନଙ୍କୁ ଦେଇଛନ୍ତି ।

ସମ୍ବନ୍ଧିତ ଖବର