ନୂଆଦିଲ୍ଲୀ: ଅମରରସ ରେକର୍ଡସର ବ୍ୟାଣ୍ଡ 'ବାଡ଼ମେର ବାଏଜ୍'ର ମୁଖ୍ୟ ଗାୟକ ଭାବରେ ନିଜର ସ୍ୱର ପାଇଁ ପ୍ରସିଦ୍ଧ ଲାଭ କରିଥିବା ରାଜସ୍ଥାନୀ ଲୋକଗାୟକ ମାଙ୍ଗେ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେକକୁ ୪୯ ବର୍ଷ ବୟସ ହୋଇଥିଲା।

Advertisment

ମାଙ୍ଗେ ଖାନ ହୃଦରୋଗରେ ପୀଡିତ ଥିଲେ। ଏହି କାରଣରୁ  ନିକଟରେ ତାଙ୍କର 'ବାଇପାସ୍ ସର୍ଜରୀ' କରାଯାଇଥିଲା। ମାଙ୍ଗେ ଖାନ ତାଙ୍କ  ପତ୍ନୀ ଏବଂ ତିନି ପିଲାଙ୍କ ସହିତ ବସବାସ କରୁଥିଲେ।  ମାଙ୍ଗେ ଖାନ୍ ତାଙ୍କ ସାଥୀ ସଦସ୍ୟ ସୱାଇ ଖାନ୍ ଏବଂ ମଗଦା ଖାନଙ୍କ ସହ “ବୋଲେ ତୋ ମିଠୋ ଲାଗେ”, “ଅମରାନୋ”, “ରାଣାଜୀ” ଏବଂ “ସାଥୀ ଜଲାନି” ଭଳି ଲୋକପ୍ରିୟ ଗୀତ ଗାଇଛନ୍ତି।

ଦେଶର ବିଭିନ୍ନ ସ୍ଥାନ ଯେମିତି କି ଡେନମାର୍କ, ବ୍ରିଟେନ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀ ଭଳି ଅନେକ ଦେଶରେ ମାଙ୍ଗେ ଖାନ ଗୀତ ଗାଇ ଖୁବ ପ୍ରଶଂସା ସାଉଁଟିଛନ୍ତି। 

ଅମରରସ୍ ରେକର୍ଡସର ପ୍ରତିଷ୍ଠାତା ଅଶୁତୋଷ ଶର୍ମା କହିଛନ୍ତି, “ମାଙ୍ଗେଙ୍କ ବିୟୋଗ ଏକ ଶୂନ୍ୟସ୍ଥାନ ଛାଡିଗଲା। ଯାହା ପୁରଣ ହୋଇପାରିବ ନାହିଁ। ସେ ଜଣେ ପ୍ରିୟ ବନ୍ଧୁ ଏବଂ ଏକ ଅସାଧାରଣ ସ୍ୱର ସହିତ ଏକ ଅଦ୍ଭୁତ ଆତ୍ମାର ମଣିଷ ଥିଲେ। ଏତେ କମ୍ ବୟସରେ ତାଙ୍କର ମୃତ୍ୟୁ ପରିବାର ସହିତ ଆମ ସଙ୍ଗୀତ ଶିଳ୍ପ ପାଇଁ ମଧ୍ୟ ଏକ ବଡ଼ କ୍ଷତି । ତାଙ୍କର ସ୍ୱର ଏପରି ଥିଲା ଯାହାକୁ କେହି ନକଲ କରି ପାରିବେ ନାହିଁ।’

ଅଧିକ ପଢ଼ନ୍ତୁ: https://sambad.in/entertainment/malaika-arora-father-anil-mehta-demise-post-mortem-report-7063064