ନୂଆଦିଲ୍ଲୀ: ପୁଣି ଚାଲିବ ପଞ୍ଚାୟତ ପାଲା, ପୁଣି ଫୁଲେରା ଗାଁରେ ଦେଖିବାକୁ ମିଳିବ ହାଇଡ୍ରାମା । ଗ୍ରାମୀଣ ଜୀବନ ଏବଂ ଗାଁ ସମସ୍ୟାକୁ ନେଇ ଅତି ଚମତ୍କାର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ ୱେବ-ସିରିଜ କୋଟି କୋଟି ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି ଆଉ ପଞ୍ଚାୟତର କଳାକାରମାନେ ବି ଦର୍ଶକଙ୍କ ପସନ୍ଦ ଆସିଛନ୍ତି ।
/sambad/media/media_files/2025/04/05/oXTWmc3bRgYKia8pWnUm.jpg)
ପଞ୍ଚାୟତ, ପଞ୍ଚାୟତ-୨, ପଞ୍ଚାୟତ-୩ ପରେ ଏବେ ପଞ୍ଚାୟତ-୪କୁ ଅପେକ୍ଷା ଥିବା ବେଳେ ପ୍ରଧାନଜୀଙ୍କୁ କିଏ ମାରିଲା ଗୁଳି ? ସଚିବ ଜୀ କଣ ରିଙ୍କିକୁ ଏଥର ବାହାହେବେ ନା କଣ ହେବ ସେମାନଙ୍କ ପ୍ରେମ ? ଏସବୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଥିବା ବେଳେ ପଞ୍ଚାୟତ-୪କୁ ନେଇ ଆସିଛି ଖୁସି ଖବର । ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଆସୁଛି ପଞ୍ଚାୟତ-୪ । ଆଉ ରିଲିଜ ତାରିଖ ବି ଘୋଷଣା ସରିଛି । ହାତରେ ମାତ୍ର ଆଉ ଅଳ୍ପଦିନ ଥିବାରୁ ପଞ୍ଚାୟତ-୪କୁ ଅପେକ୍ଷା କରିଥିବା ଦର୍ଶକ ବେଶ ଖୁସି ଅଛନ୍ତି ।
କେବେ ରିଲିଜ ହେବ ପଞ୍ଚାୟତ-୪
ତେବେ ପଞ୍ଚାୟତ ସିରିଜକୁ ଚଳିତ ଥର ୫ ବର୍ଷ ପୂରଣ ହେଉଥିବା ବେଳେ ଏହି ଅବସରରେ ପଞ୍ଚାୟତ-୪କୁ ରିଲିଜ କରାଯିବ । ତେବେ ଜୁଲାଇ ୨, ୨୦୨୫ରେ ପଞ୍ଚାୟତ-୪ ରିଲିଜ ହେବାକୁ ବଡ ଘୋଷଣା କରିଛନ୍ତି ନିର୍ମାତା ।
/sambad/media/media_files/2025/04/05/PwurVJzYoEfKPkjRzTwV.jpg)
୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଏହି ସୁନ୍ଦର ସିରିଜ । ଯାହାର ଗୋଟେ ପରେ ଗୋଟେ ସିରିଜ ଦର୍ଶକଙ୍କ ମନଛୁଇଁ ୪ର୍ଥ ସିଜିନ ଆସିବାକୁ ଯାଉଛି । ପଞ୍ଚାୟତ- ୪ ଜୁଲାଇ ୨, ୨୦୨୫ରୁ ଙଞଞ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବ, ଯେଉଁଠାରେ ପୁନଶ୍ଚ ଗ୍ରାମ୍ୟ ଜୀବନ ସେହି ହୃଦୟସ୍ପର୍ଶୀ କାହାଣୀ ଓ ଘଟଣାବଳୀ ଆପଣମାନେ ଦେଖିପାରିବେ ତାସହ ଆପଣଙ୍କ ପ୍ରିୟ କଳାକାରଙ୍କ ମଜାଳିଆ ଅଭିନୟ ପଞ୍ଚାୟତ-୪କୁ ଉପଭୋଗ କରିବେ ।