ମୁମ୍ବାଇ : ଏବେ ନିଜର ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’କୁ ନେଇ ବ୍ୟସ୍ତ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ତବୁ ଏବଂ ରାକୁଲପ୍ରୀତ ସିଂହ । ଫିଲ୍ମଟି ମେ ୧୭ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ପୂରା ଷ୍ଟାରକାଷ୍ଟ ପ୍ରମୋସନରେ ବ୍ୟସ୍ତ ଥିବା ଦେଖା ଯାଇଛି । ତେବେ ପ୍ରମୋସନ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ମାମଲାକୁ ନେଇ ଅଜୟ ଦେବଗନ୍‌ ଆଲୋଚନା କରିଛନ୍ତି ।

Advertisment

ସୂଚନା ମୁତାବକ, କିଛି ଦିନ ତଳେ ରାଜସ୍ଥାନର ୪୦ବର୍ଷୀୟ କର୍କଟ ପୀଡ଼ିତ ଅଜୟ ଦେବଗନ୍‌ଙ୍କୁ ଅପିଲ କରି ତମାଖୁ ବିଜ୍ଞାପନ ନ କରିବା ପାଇଁ କହିଥିଲେ । ପରେ ସୋସିଆଲ ମିଡିଆରେ ଅଜୟ ଦେବଗନ୍‌ଙ୍କୁ ନେଇ ଲୋକେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । କିଛି ଦିନ ଟ୍ରୋଲିଂର ଶିକାର ହେବା ପରେ ନିଜ ଫିଲ୍ମର ପ୍ରମୋସନାଲ ଇଭେଣ୍ଟରେ ଅଜୟ ଦେବଗନ୍‌ ଏ ନେଇ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

publive-image oneindia.com

ତାଙ୍କ କହିବା ଅନୁଯାୟୀ, ମୁଁ କୌଣସି ତମାଖୁ ନୁହେଁ ବରଂ ଗୁଜୁରାତିର ବିଜ୍ଞାପନ କରୁଛି, ଯାହା ଆଦୌ ମାଦକ ଦ୍ରବ୍ୟ ନୁହେଁ । ଏ ନେଇ ଅପିଲ କରାଯିବା ପରେ ମୁଁ ଅପିଲ କରିଥିବା ପ୍ରଶଂସକଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅଜୟ ।