ଫ୍ୟାନ୍‌ କହିଲେ ମୁଁ ଭର୍ଜିନ୍‌ ଅଛି, ମୋତେ ବିବାହ କରିବ, ଏହାର ଉତ୍ତରରେ ତାପସି କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆରେ ବିବାହ ପ୍ରସ୍ତାବ ଆସିବା ଏକ ସ୍ୱଭାବିକ କଥା। ଏମିତି ଏକ ପ୍ରସ୍ତାବ ଅଭିନେତ୍ରୀ ତାପସି ପନ୍ନୁଙ୍କୁ ମିଳିଛି। ଯାହାକୁ ସେ ‘ବେଷ୍ଟ ପ୍ରପୋଜାଲ’ ବୋଲି କହିଛିନ୍ତି।

ତାପସିଙ୍କ ଜଣେ ଫ୍ୟାନ୍‌ ତାଙ୍କୁ ଇ-ମେଲ କରି ବିବାହ ପ୍ରସ୍ତାବ ଦେଇଛନ୍ତି। ତାପସି ଏହାର ଏକ ସ୍କ୍ରିନ୍‌ ସଟ୍‌ ନିଜ ଟୁଇଟରରେ ସେୟାର କରିଛନ୍ତି। ଏଥିରେ ତାଙ୍କ ଫ୍ୟାନ୍‌ ଲେଖିଛନ୍ତି, ହ୍ୟାଲେ ତାପସି ପନ୍ନୁ। ମୁଁ ତୁମକୁ ଭଲ ପାଏ। ତୁମେ କ’ଣ ମୋତେ ବିବାହ କରିବ। ମୁଁ ଭର୍ଜିନ୍‌ ଅଛି, ମଦପାନ କରେ ନାହିଁ । ମୁଁଁ ସମ୍ପୂର୍ଣ୍ଣ ଭାବେ ସାକାହାରି । ମୁଁ ଲାଇ-ଡିଟେକ୍ଟର ଟେଷ୍ଟ, ନାର୍କୋ ଟେଷ୍ଟ ଓ ବ୍ରେନ୍‌ ମ୍ୟାପିଙ୍ଗ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛି। ତାପସି ଏହି ଫଟୋ ତଳେ ଲେଖିଛି ବାସ୍‌ ଆଉ କ’ଣ ଦରକାର।

ତାପସିଙ୍କ ଏହି ଟୁଇଟ ପରେ ଅନ୍ୟ ବ୍ୟବହାରକାରୀ ଏହାକୁ ନେଇ ପ୍ରତିକ୍ରିୟା କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହି ବ୍ୟକ୍ତିଙ୍କୁ ବିବାହ କରିବା କୌଣସି କାରଣ ନାହିଁ, ସାରା ଜୀବନ କଷ୍ଟରେ ରହିବେ।  ମୁଁ ଏହାର ବୀପରିତ ଅଟେ।  ମୁଁ ପସନ୍ଦ ଆସିଯାଏ, ଯଦି ଲାଇକ୍‌ କରିବ, ଅନ୍‌ଲାଇନ୍‌ ବିବାହ କରିବା। ଏଭଳି ଭାବେ ତାପସିଙ୍କ ଏହି ଟୁଇଟକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଛି।

ସମ୍ବନ୍ଧିତ ଖବର