ବରୁଣଙ୍କୁ ଦେଖା ନ କରି ପାରିବାରୁ ତାଙ୍କ ପ୍ରେମିକା ନତାଶାଙ୍କୁ ହତ୍ୟା କରିବାର ଧମକ ଦେଲେ ଯୁବତୀ

ମୁମ୍ବାଇ : ପ୍ରଶଂସକମାନଙ୍କ ପାଇଁ କଳାକାରମାନେ ଭଗବାନ ସମାନ ହୋଇଥାନ୍ତି । ବେଳେ ବେଳେ ନିଜର ଭଲ ପାଇବା ଦେଖାଇବା ପାଇଁ କିଛି ଲୋକ ସୀମା ପାର୍‌ କରିବା ମଧ୍ୟ ଦେଖା ଯାଇଥାଏ । ରକ୍ତରେ ଚିଠି ଲେଖିବା ବା ନିଜ ପସନ୍ଦର କଳାକାରଙ୍କ ନାଁ ହାତରେ ଲେଖିବା ଭଳି ଦୃଶ୍ୟ ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । କିନ୍ତୁ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନଙ୍କ ଜଣେ ପ୍ରଶଂସକ ତାଙ୍କ ପାଇଁ ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Eventila

ସୂଚନା ମୁତାବକ, ଜଣେ ଯୁବତୀ ବରୁଣଙ୍କୁ ଭେଟିବା ପାଇଁ ଆସି ତାଙ୍କ ଘର ତଳେ ବସି ରହିଥିଲେ । ବିଳମ୍ବ ହେବାରୁ ସିକ୍ୟୁରିଟି ଗାର୍ଡ, ବରୁଣ ସାର୍‌ ଫିଲ୍ମ କଲଙ୍କର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ଆସି ପାରିବେ ନାହିଁ ବୋଲି କହିଥିଲେ । ସେତେବେଳେ ଯୁବତୀଜଣଙ୍କ ରାଗିଯିବା ସହ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ରାଗରେ ସେ ବରୁଣଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ମଧ୍ୟ ଜୀବନରୁ ମାରିଦେବି ବୋଲି କହିଥିବା ଜଣା ପଡ଼ିଛି । ଯୁବତୀଙ୍କ ଏଭଳି ଧମକ ଶୁଣି ସିକ୍ୟୁରିଟି ଗାର୍ଡ ବାଧ୍ୟ ହୋଇ ପୁଲିସକୁ ସୂଚନା ଦେଇଥିଲେ । ଯାହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ସେଠାରୁ ହଟାଇଥିଲା । ଏହି ଘଟଣାକୁ ନେଇ ବରୁଣଙ୍କ ବୟାନ ରେକର୍ଡ ହେବା ପରେ ମାମଲା ରୁଜୁ ହେବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର