ନୂଆଦିଲ୍ଲୀ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ପ୍ରଶଂସକମାନେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ସୋସିଆଲ୍ ମିଡିଆରେ ବି ତାଙ୍କର ଫ୍ୟାନ୍ ଫଲୋୟର୍ସ ବହୁତ। ଦୀପିକା କନ୍ନଡ ଚଳଚ୍ଚିତ୍ର 'ଐଶ୍ୱର୍ଯ୍ୟା' ରେ ପ୍ରଥମେ ପାଦ ଥାପିଥିଲେ। ବାସ୍ ତା’ପରେ ଆଉ ପଛକୁ ଫେରିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ବଲିଉଡକୁ ଦେଇ ଚାଲିଛନ୍ତି। ’ଓମ୍ ଶାନ୍ତି ଓମ୍' ପରେ ସେ ବଲିଉଡରେ ବେଶ୍ ପରିଚିତ ହୋଇଥିଲେ । 'ଲଭ୍ ଆଜ୍ କାଲ୍', 'ରେସ୍-୨', 'ବଚ୍ଚନା ଏ ହାସିନୋ', 'ଚେନ୍ନାଇ ଏକ୍ସପ୍ରେସ୍', 'ୟେ ଜୱାନୀ ହେ ଦେୱାନୀ', 'ହାପି ନିୟୁ ଇୟର୍', 'ରାମ ଲୀଲା', 'ପିକୁ', 'ଛପାକ୍', '୮୩', 'ଗେହରିୟାନ୍' ଆଦି ଅନେକ ସୁପରହିଟ୍ ଚଳଚ୍ଚିତ୍ର କରିଛନ୍ତି ସେ ।
ଆପଣ ଜଣିଥାଇପାରନ୍ତି ଦୀପିକାଙ୍କର ଜଣେ ସାନ ଭଉଣୀ ଅଛନ୍ତି, ଯାହାଙ୍କ ବିଷୟରେ ସୋସିଆଲ ମିଡିଆରେ ବେଳେ ବେଳେ ଚର୍ଚ୍ଚା ହାଇଥାଏ ।ଦୀପିକାଙ୍କ ଭଉଣୀ ଅନିଶା ପାଦୁକୋନ୍ ଜଣେ ପେସାଦାର ଗଲ୍ଫ ଖେଳାଳି । ସେ ବି ଦେଖିବାକୁ ପୂରା ଦୀପିକାଙ୍କ ଭଳି । ତାଙ୍କର ଅନେକ ନୂତନ ଏବଂ ପୁରୁଣା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଏହି ଫଟୋରେ ସେ ଏକଦମ୍ ଦୀପିକାଙ୍କ ନକଲ ଭଳି ଦିଶୁଛନ୍ତି । ଭଉଣୀ ଅନିଶାଙ୍କ ଫଟୋ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ମଜାଦାର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9-5.jpg)