ସାରାଙ୍କ ଫଟୋସୁଟ ଦେଖି ପ୍ରଶଂସକ ଦେଲେ ବିବାହ ପ୍ରସ୍ତାବ

ମୁମ୍ବାଇ: ସୈଫ ଅଲି ଖାନଙ୍କ ଝିଅ ତଥା ସିମ୍ବା କ୍ୱିନ ସାରା ଅଲି ଖାନ ଏବେ ଏକ ଗହଣା କମ୍ପାନୀ ପାଇଁ ଫଟୋସୁଟ କରିଛନ୍ତି | ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଘୁରିବୁଲିବା ପରେ ଏବେ ପ୍ରଶଂସକଙ୍କ ମହଲରେ ପ୍ରସଙ୍ଗ ପାଲଟିଛନ୍ତି | ସାରା କିଛି ପ୍ରଶଂସକ ସାରାଙ୍କୁ ପ୍ରେମ ନିବେଦନ କରୁଥିବା ବେଳେ ଆଉ କିଛି ପ୍ରଶଂସକ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି |

ସାରା ଅଲି ଖାନ ଇନ୍ସଟାଗ୍ରାମରେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି | ସୁନା ଗହଣା ପିନ୍ଧିବା ସହ ପାରମ୍ପରିକ ଲୁକରେ ନଜର ଆସିଛନ୍ତି ସାରା | କିଛି ଫ୍ୟାନ୍ସ ତାଙ୍କୁ ନାଲି ଲଙ୍କା ମଧ୍ୟ କହିବାକୁ ପଛେଇନାହାଁନ୍ତି | ବର୍ତ୍ତମାନ ସାରା ବଲିଉଡରେ ଜଣେ ଲୋକପ୍ରିୟ ନାୟିକା ଭାବେ ମାନ୍ୟତା ପାଇସାରିଛନ୍ତି |

ସାରା ଆଜିକାଲି ଇମତିଆଜ ଅଲିଙ୍କ ଫିଲ୍ମ ଲଭ ଆଜକଲ-୨ରେ ବ୍ୟସ୍ତ ଅଛନ୍ତି |ଏଥିରେ ତାଙ୍କ ନାୟକ ସାଜିଛନ୍ତି କାର୍ତିକ ଆର୍ଯ୍ୟନ | ଏହା ପୂର୍ବରୁ ରଣବୀର ସିଂ ଙ୍କ ସହ ତାଙ୍କ ଫିଲ୍ମ ସିମ୍ବା ରିଲିଜ ହୋଇଥିଲା | ସେହିପରି ସାରାଙ୍କ ପ୍ରଥମ ଫିଲ୍ମ କେଦାରନାଥ ଫିଲ୍ମ ସମୀକ୍ଷକ ଓ ଦର୍ଶକଙ୍କର ଢେର ଭଲପାଇବା ସାଉଁଟିଥିଲା | ଏଥିରେ ତାଙ୍କ ନାୟକ ସାଜିଥିଲେ ସୁଶାନ୍ତ ସିଂ ରାଜପୁତ |

ସମ୍ବନ୍ଧିତ ଖବର