ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ଜଣେ ପ୍ରଶଂସକ ଟ୍ବିଟର୍ରେ ଝିଅ ପଟାଇବାକୁ ପରାମର୍ଶ ମାଗି ଉପହସିତ ହୋଇଛନ୍ତି। ଶାହାରୁଖ ଉକ୍ତ ୟୁଜର୍ସଙ୍କୁ ଟ୍ବିଟର୍ରେ ପ୍ରତି ଉତ୍ତର ଦେଇ ଲେଖିଛନ୍ତି, ନାରୀ ପ୍ରତି ସମ୍ମାନ ଦେବା ଶିଖନ୍ତୁ। କୌଣସି ଝିଅ ପ୍ରତି ‘ପଟାଇବା’ ଭଳି ଶବ୍ଦ ବ୍ୟବହାର କରି କାହାକୁ ଅସମ୍ମାନ କରନ୍ତୁ ନାହିଁ। ତେବେ ନିକଟରେ ଶାହାରୁଖ ଟ୍ବିଟର୍ରେ ତାଙ୍କ ପ୍ରଶଂସକଙ୍କ ସହ ପ୍ରଶ୍ନ ଉତ୍ତରର ଏକ ସେସନ୍ ରଖିଥିଲେ। ଏହି ସେସନ୍ରେ ଅଧିକାଂଶ ପ୍ରଶଂସକ ତାଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ର ‘ପଠାନ୍’ କେବେ ବଡ଼ ପରଦାକୁ ଆସିବ ସେ ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ଲୋକଙ୍କୁ ଅପେକ୍ଷା ଶବ୍ଦ ମିଳିଥିଲା। ୨୦୧୮ରେ ‘ଜିରୋ’ ଚଳଚ୍ଚିତ୍ରରେ ଶାହାରୁଖଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସେତେ ଭଲ ଆୟ କରିପାରିନଥିଲା।
ଝିଅ ପଟାଇବାକୁ ଶାହାରୁଖ୍ଙ୍କ ପରାମର୍ଶ ମାଗିଲେ ପ୍ରଶଂସକ
/sambad/media/post_attachments/wp-content/uploads/2021/04/parada-saharukh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)