ମୁମ୍ବାଇ: ମୁମ୍ବାଇସ୍ଥିତ ନିଜ କାର୍ଯ୍ୟାଳୟ ଭାଙ୍ଗିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ତୁତାକର କହି ଏକ ଭିଡିଓ ସେୟାର କରିଥିବା କଙ୍ଗନା ରାଣାୱତଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଅଳଙ୍କାର ଡିଜାଇନର୍ ଫରାହ ଖାନ୍ ଅଲି। ସେ କହିଛନ୍ତ କି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନର ସହ କିପରି କଥା କୁହାଯାଏ ସେ ଭଦ୍ରାମୀ କଙ୍ଗନା ଶିଖିନାହାନ୍ତି। ସେ ସେ ଆହୁରି ବି କହିଛନ୍ତି ଯେ ଉଦ୍ଧବ ଠାକ୍‌ରେ ପୂରା ମହାରାଷ୍ଟ୍ରର ପ୍ରତିନିଧିତ୍ବ କରୁଥିବା ହେତୁ ଏହି ପୂରା ମହାରାଷ୍ଟ୍ରବାସୀଙ୍କ ସମ୍ମାନର କଥା। ଉଦ୍ଧବ ଠାକ୍‌ରେ ସମ୍ମାନ ପାଇବାର ହକ୍‌ଦାର ବୋଲି ଫର୍‌ହା କହିଛନ୍ତି।

Advertisment

କଙ୍ଗନା ଏକ ଭିଡିଓ ପୋଷ୍ଟ୍‌ କରି କହିଥିଲେ ଯେ ‘ଉଦ୍ଧବ ଠାକ୍‌ରେ ଆଜି ମୋ ଘର ଭାଙ୍ଗିଛି କାଲି ତୋ ଗର୍ବ ଭାଙ୍ଗିବ’। କଙ୍କନାଙ୍କର ଏହି ମନ୍ତବ୍ୟକୁ ସମଲୋଚନା କରିଛନ୍ତି ଫର୍‌ହା। ସେ କଙ୍ଗନାକୁ କହିଛନ୍ତି ‘ତୁମର ଏତେ ସାହସ ଯେ ତୁମେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରୁଛି। ତୁ ବଦଳ‌ରେ ଆପଣ କୁହ।’ ଅନ୍ୟ ଏକ ଟ୍ୱିଟରେ ଫରାହ ଲେଖିଛନ୍ତି ଯେ !‘ମୋର କିଛି ରାଜନେତାଙ୍କ ବିରୋଧରେ ଶହେ ଅଭିଯୋଗ ହୋଇପାରେ କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଅସମ୍ମାନ ପ୍ରଦର୍ଶନ କରି ନାହିଁ ଏବଂ ମୁଁ କେବେବି କରିବି ନାହିଁ କାରଣ ନିର୍ବାଚିତ ପ୍ରତିନିଧୀଙ୍କୁ ମୁଁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରେ।’

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା କାର୍ଯ୍ୟଳୟକୁ ବିଏମ୍‌ସି ଭାଙ୍ଗିବା ପରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକ୍‌ରେଙ୍କ ଉପରେ କ୍ଷୋଭ ପ୍ରକାଶ କରି ଏକ ଭିଡିଓ ଜାରି କରିଥିଲେ କଙ୍ଗନା। ସେଥିରେ ସେ କହିଥିଲେ, ‘ଉଦ୍ଧବ ଠାକରେ, ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ତୁ ମୋଠାରୁ ବଡ଼ ପ୍ରତିଶୋଧ ନେଇଛୁ ବୋଲି ତ‌େତେ ଲାଗୁଛି କି? ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଅହଂକାର ଭାଙ୍ଗିବ। ସମୟ ସବୁବେଳେ ସମାନ ନଥାଏ। ସମସ୍ତଙ୍କ ପାଇଁ ବଦଳେ, ଏ କଥା ମନେ ରଖିଥିବ। ଏଭଳି କରି ତୁ ମୋତେ ବଡ଼ ସାହାଯ୍ୟ କରିଛୁ। ମୁଁ ଜାଣିଥିଲି କଶ୍ମୀରର ପଣ୍ଡିତମାନେ କେଉଁ ପରିସ୍ଥିତି ଦେଇ ଗତି କରିଥିବେ କିନ୍ତୁ ମୁଁ ଆଜି ତାହା ଅନୁଭବ କଲି। ମୁଁ ଦେଶବାସୀଙ୍କ ଆଗରେ ଶପଥ ନେଉଛି ଯେ, ମୁଁ କେବଳ ଅଯୋଧ୍ୟା ନୁହେଁ କଶ୍ମୀର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିବି।’