ନୂଆଦିଲ୍ଲୀ: ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଏବଂ ସାଜିଦ ଖାନଙ୍କ ଉପରେ ଦୁଃଖର ପାହାଡଭାଙ୍ଗି ପଡିଛି। ଫରାହଙ୍କ ମା ମେନକା‌ ଇରାନୀଙ୍କ  ଶୁକ୍ରବାର (ଜୁଲାଇ ୨୬) ତାରିଖରେ ମୁମ୍ବାଇରେ ଦେହାନ୍ତ ହୋଇଛି।

Advertisment

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫରାହଙ୍କ ମା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ନିକଟରେ ସେ ଚିକିତ୍ସିତ ହୋଇ ହସ୍ପିଟାଲରୁ  ଘରକୁ ଫେରି ଆସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା  ପୁଣି ବିଗିଡି ଯାଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।

ଫରାହ ଜୁଲାଇ ୧୨ରେ ତାଙ୍କ ମାଆଙ୍କ ଜନ୍ମଦିନରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କୁ ଜାଣିଥିବା 'ସାହସୀ' ବ୍ୟକ୍ତି ବୋଲି କହିଥିଲେ । ଜନ୍ମଦିନ ପାଳନ କରିବାର ଦୁଇ ସପ୍ତାହ ପରେ ମା’ଙ୍କ ମୃତ୍ୟୁ ହେବା ଘଟଣାକୁ ଫରାହ ଗ୍ରହଣ କରି ପାରୁନାହାନ୍ତି। ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ମେନକ‌ାଙ୍କ ଜନ୍ମଦିନରେ ଫରାହ ତାଙ୍କ ପୋଷ୍ଟରେ ଲେଖିଥିଲେ, " ମା’ ତତେ ମୁଁ ବହୁତ ଭଲ ପାଏ। କାମରୁ ଘରକୁ ଆସି ତତେ ଦେଖିଦେଲେ ସବୁକଷ୍ଟ ଭୁଲିଯାଏ। ମୋ ଜାଣିବାରେ ତୁ ହେଉଛି ମୋ ଜୀବନର ସବୁଠାରୁ ଶକ୍ତିଶାଳୀ ଓ ସାହାସୀ ମଣିଷଟିଏ। ତତେ ଦେଖିଲେ ମୋତେ ବହୁ ପ୍ରେରଣା ମିଳିଥାଏ। ତୁ ଖୁସିରେ ରହ। ଜନ୍ମଦିନର ଅନେକ ଅନେକ ଶୁଭକାମନା।’