ମୁମ୍ବାଇ: ନୂଆବର୍ଷ ଅବସରରେ ଫିଲ୍ମ ନିର୍ମାତା ଫରହା ଖାନ ମଧ୍ୟ ତିନି ସନ୍ତାନଙ୍କ ସହ ପୂଜା କରି ନୂଆବର୍ଷର ଶୁଭକାମନା ଜଣାଇଛନ୍ତି। କିନ୍ତୁ ଏହି ଫଟୋ ଫରାହକୁ ଭାରୀ ପକାଇଛି।

Advertisment

ନୂଆବର୍ଷ ଅବସରରେ ଫାରହା ଖାନ ତାଙ୍କ ତିନି ସନ୍ତାନଙ୍କ ସହ ହିନ୍ଦୁ ଦେବାଦେବୀଙ୍କ ପୂଜା କରୁଥିବାର ଦେଖି କିଛି ମୁସଲମାନ ଲୋକ ଏହାକୁ ଟ୍ରୋଲ କରିବାରେ ଲାଗି ପଡିଥିଲେ । କେହି ଏମିତି ସେଲିବ୍ରେଟ କରିବା ଭୁଲ କହିଥିଲେ ତ କେହି ଫାରହା ନିଜ ଧର୍ମ ଭୁଲିଯାଇଛନ୍ତି ବୋଲି କହିଥିଲେ । କିନ୍ତୁ ଫାରହା ଏହାର ବି କଡ଼ା ଜବାବ ଦେଇଛନ୍ତି।

ଏହି ମାମଲାକୁ ନେଇ ନିକଟରେ ଏକ ସାକ୍ଷାତକାରରେ ଫାରହା କହିଛନ୍ତି, ‘କିଏ କ’ଣ କହୁଛି, କାହିଁକି କହୁଛି ତାଙ୍କୁ ଲୋକମାନଙ୍କ କଥାରେ କିଛି ଫରକ ପଡେନାହିଁ । ମୋ ଆକାଉଣ୍ଟ ମୁଁ ଯାହା ବି କରିବି । ମୋତେ ସେମାନଙ୍କ ବିଷୟରେ କୌଣସି କଥା ହେବାର ନାହିଁ । ଏହା ସେମାନଙ୍କ ଅସୁବିଧା, ଯେଉଁମାନେ ଏଭଳି ପ୍ରଶ୍ନ କରୁଛନ୍ତି । ଏହି ବିଷୟରେ କଥା ହେବାର ଏହା ସମୟ ନୁହେଁ । ମୋ ପିଲାଙ୍କର କେଉଁ ଫଟୋ ପୋଷ୍ଟ କରିବାକୁ ହେବ ତାହା ମୋ ନିଷ୍ପତ୍ତି।’
ଫାରହା ଖାନ ନିଜ ଧର୍ମ ବିରୋଧୀ ହୋଇ ପ୍ରଖ୍ୟାତ ଫିଲ୍ମ ର୍ନିମାତା ଶିରିଶ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଯ ଆଉ ସେଥିପାଇଁ ତାଙ୍କ ପିଲାମାନେ ମଧ୍ୟ ଦୁଇଟି ଧର୍ମକୁ ସାଙ୍ଗରେ ନେଇ ବଡ ହେଉଛନ୍ତି `

View this post on Instagram

Never underestimate the power of Prayer! Happy New Year♥️#puja #gratitude #godhearsandanswersprayers

A post shared by Farah Khan Kunder (@farahkhankunder) on