ତୁମେ ସତରେ ମହିଳା ତ? ଜାଣନ୍ତୁ ନିର୍ଦ୍ଦେଶକ ଫାର୍‌ହା ଖାନ୍‌ଙ୍କୁ ସୋସିଆଲ ମିଡିିଆ ବ୍ୟବହାରକାରୀ ଏଭଳି ପ୍ରଶ୍ନ କାହିଁକି ପଚାରିଲେ?

ମୁମ୍ବାଇ : ତନୁଶ୍ରୀ-ନାନ ବିବାଦକୁ ନେଇ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କୁ ନିଜର ସମର୍ଥନ ଜଣାଇଥିବାରୁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ନିର୍ଦ୍ଦେଶକ ଫାର୍‌ହା ଖାନ୍‌ । କିଛି ଦିନ ତଳେ ହର୍ଣ୍ଣ ଓକେ ପ୍ଲିଜ୍‌ର ସୁଟିଂ ସମୟରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସହ ଅଭିନେତା ନାନା ଅସଦାଚରଣ କରିଥିବାର ଅଭିଯୋଗ ହେବା ପରେ ଏବେ ଏହି ମାମଲାକୁ ନେଇ ଚର୍ଚ୍ଚା ସରଗରମ ରହିଛି । ପୂର୍ବରୁ ଏହି ମାମଲାକୁ ନେଇ ଅଭିନେତା ଅମିତାଭ ବଚ୍ଚନ ଏବଂ ଆମୀର ଖାନ୍‌ଙ୍କୁ ପଚରାଯାଇଥିବା ବେଳେ ସେମାନେ ସୁରକ୍ଷିତ ବୟାନ ଦେଇ ଖସି ଯାଇଥିଲେ । କିନ୍ତୁ ଏବେ ନିର୍ଦ୍ଦେଶକ ଫାର୍‌ହା ଖାନ୍‌ ନିଜ ବେକରେ ନଜେ ବିବାଦକୁ ଛନ୍ଦିଛନ୍ତି । ତାଙ୍କୁ ଏ ମାମଲାକୁ ନେଇ କିଛି ପଚରା ଯାଇ ନଥିବା ବେଳେ ସେ ପୋଷ୍ଟ କରିଥିବା ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଛି ।

Bollywood News

ସୂଚନା ମୁତାବକ, ଫାର୍‌ହା ନାନା ପାଟେକର ଏବଂ ହାଉସ୍‌ଫୁଲ-୪ର କଳାକାରମାନଙ୍କ ସହ ଉଠାଇଥିବା ଏକ ଫଟୋକୁ ଇନ୍‌ଷ୍ଟାରେ ପୋଷ୍ଟ କରିଥିଲେ । ଏହି ଫଟୋ ଦେଖି ଫାର୍‌ହା ନାନାଙ୍କୁ ସମର୍ଥନ କରୁଥିବା ଭାବି ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏହି ଫଟୋ ପୋଷ୍ଟ କରି ସେ ତନୁଶ୍ରୀଙ୍କୁ ବିରୋଧ କରୁଥିବା ଭାବି ଲୋକମାନେ ଫାର୍‌ହାଙ୍କୁୁ ତୁମେ ଜଣେ ମହିଳା ତ ବୋଲି ପ୍ରଶ୍ନ କରିଛନ୍ତି । ଜଣେ ବ୍ୟବହାରକାରୀ ଏ ଫଟୋ ସେୟାର କରି ତୁମେ ମୋ ମନରେ ତୁମ ପାଇଁ ଥିବା ସବୁ ସମ୍ମାନକୁ ଶେଷ କରି ଦେଇଛ । ତୁମ ପାଇଁ ଜଣେ ମହିଳାଙ୍କ ଇଜ୍ଜତ ଅପେକ୍ଷା ନିଜ ଫିଲ୍ମ ବଡ଼ ବୋଲି କହିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ ଆମେ ଜାଣିଛୁ ତୁମେ ଶକ୍ତିଶାଳୀ ଲୋକମାନଙ୍କୁ ହିଁ ସମର୍ଥନ ଜଣାଇବ ବୋଲି ଲେଖିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର