ମୁମ୍ବାଇ: ବଲିଉଡ ଅଭିନେତା ଫରଦିନ ଖାନ ଦୀର୍ଘ ୧୪ବର୍ଷ ପରେ ସଞ୍ଜୟ ଲିଲା ଭଂସାଲିଙ୍କ ହୀରାମଣ୍ଡି ସିରିଜ ଜରିଆରେ ବଡ଼ ପରଦାକୁ ଫେରିଥିଲେ। ଫରଦିନ ଦୀର୍ଘ ବର୍ଷ ପରେ ପୁଣି ସିନେମା ଦୁନିଆରେ ସକ୍ରିୟ ହୋଇ ଉଠିଛନ୍ତି। ଅଭିନେତାଙ୍କ ଆଗାମୀ ସିନେମା ‘ଖେଲ ଖେଲ ମେ’ ଖୁବ ଶୀଘ୍ର ଆସିବାକୁ ଯାଉଛି। ଏହି ସିନେମା ଏକ ମଲ୍ଟି ଷ୍ଟାରର ସିନେମା ଥିବା କୁହାଯାଉଛି। ନିକଟରେ ସିନେମାର ଟ୍ରେଲର ରିଲିଜ ହୋଇଛି।
‘ଖେଲ ଖେଲ ମେ’ର ଟ୍ରେଲର ରିଲିଜ ହେବାପରେ ଫରଦିନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ‘ଖେଲଖେଲ’ ସିନେମାର ପ୍ରମୋସନ କରିବା ସହିତ ମଜା କରୁଥିବା ଦେଖିବାକୁ ମିଳୁଛି।
View this post on Instagram
ଏଥିସହିତ ଅଭିନେତା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଆପଣ ସମସ୍ତଙ୍କ ସହିତ ‘ଖେଲଖେଲ ମେ’ର ଟ୍ରେଲର ସେୟାର କରିବାକୁ ନେଇ ବହୁତ ଖୁସି ଓ ଉତ୍ସାହିତ ଅଛି। ଏହି ମୁହୂର୍ତ୍ତ ମୋତେ ଭାବବିହ୍ବଳ କରି ଦେଉଛି। କାରଣ ଦୀର୍ଘ ୧୪ବର୍ଷ ପରେ ଏହା ମୋର ପ୍ରଥମ ଥିୟେଟ୍ରିକଲ ରିଲିଜ। ବଡ଼ ପରଦାକୁ ଫେରିବା, ପୁରୁଣା ସ୍ମୃତିକୁ ମନେ ପକାଇବା, ଉତ୍ସାହ ଓ କୃତଜ୍ଞତାରେ ଭରିଥିବା ଏହା ମୋର ଏକ ଯାତ୍ରା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/562f775c-69a1-4e0a-b6d0-8e29949dffd3.jpg)