ନୂଆଦିଲ୍ଲୀ: ବଲିଉଡ ଅଭିନେତା ଫରଦିନ ଖାନ ତାଙ୍କର ଆଗାମୀ ସିନେମା ‘ବିସ୍ଫୋଟ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫରଦିନଙ୍କ ଏହି ସିନେମା ଆସୁଥିବା ଖବର ଘୋଷଣା ହେବାପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ଦର୍ଶକ କେବେ ଫରଦିନଙ୍କୁ ବଡ଼ ପରଦାରେ ଦେଖିବେ ଯେ ଅପେକ୍ଷାରେ ରହିଛନ୍ତି। ଏହି କ୍ରମରେ ଅଭିନେତା ଫରଦିନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଶୁଣିବାକୁ ମିଳୁଛି କି ଅଭିନେତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ ଚାଲିନାହିଁ। ଅଭିନେତା ଓ ଫରଦିନଙ୍କ ସ୍ତ୍ରୀ ନତାଶା ମାଧବାନୀ ସ୍ଥିର କରିଛନ୍ତି କି ଦୁହେଁ ତାଙ୍କ ସମ୍ପର୍କରେ ପୁନଃଚ୍ଛେଦ ପକାଇ ଦେବେ।
ଦାବି କରାଯାଉଛି କି, ନତାଶା ଓ ଫରଦିନ ଅନେକ ଦିନ ହେବ ଅଲଗା ରହୁଛନ୍ତି। ଫରଦିନ ତାଙ୍କ ମା’ଙ୍କ ସହିତ ମୁମ୍ବାଇରେ ରହୁଥିବା ବେଳେ ନତାଶା ଲଣ୍ଡନରେ ରହୁଛନ୍ତି। ବିବାହର ୧୮ବର୍ଷ ପରେ ଫରଦିନ ଓ ନତାଶା ଦୁହେଁ ଅଲଗା ହୋଇଯିବା ଖବର ଆସିବା ପରେ ଅଭିନେତାଙ୍କ ଫ୍ୟାନ୍ସ ନିରାଶ ହୋଇଯାଇଛନ୍ତି।
ତେବେ ଏହି ଖବରକୁ ନେଇ ଫରଦିନ ଓ ନତାଶା କିଛି ସ୍ପଷ୍ଟ ଭାବେ ସୂଚନା ଦେଇନାହାନ୍ତି। ଦୁହିଁଙ୍କୁ ଏବିଷୟରେ ପଚରା ଯିବାରୁ କହିଥିଲେ, ଏବେ ଏପ୍ରସଙ୍ଗରେ ଆଲୋଚନା କରିବାକୁ ଉଚିତ ମଣୁ ନାହୁଁ। ସମୟ ଆସିଲେ ଏବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/be0a2fbf-42d0-476d-b36e-cf3bda66f0dc.jpg)