ବିବାହ ବନ୍ଧନରେ ବାନ୍ଧି ହେଲେ ରିଲ ମିଲଖା

ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତା ଫରହାନ୍ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ଦମ୍ପତିଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି | ବିବାହ ଫଟୋରେ ଫରହାନ୍ ଅଖତର ଏବଂ ଶିବାନୀ ଦାଣ୍ଡେକର ଖୁବ ସୁନ୍ଦର ଦେଖାଯାଉଛନ୍ତି | ବିବାହର ବିଶେଷ ଉତ୍ସବରେ ଫରହାନ ଅଖତର ଏକ କଳା ସୁଟ ପିନ୍ଧିଥିବାବେଳେ ଲାଲ ରଙ୍ଗର ପୋଷାକରେ ଶିବାନୀ ବହୁତ ସୁନ୍ଦର ଦେଖାଯାଉଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିବାହରେ କେବଳ ୫୦ ଜଣ ଅତିଥି ଯୋଗ ଦେଇଥିଲେ ।

କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଥିବାବେଳେ ଫରହାନଙ୍କ ଖଣ୍ଡାଲା ଫାର୍ମହାଉସରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସେହିପରି ଏହି ବିବାହ ଉତ୍ସବରେ ବଲିଉଡ ଅଭିନେତା ହୃତିକ ରୋଶନ, ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ସଂଗୀତ ନିର୍ଦ୍ଦେଶକ ଏହସାନ, ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ଗୋଆରିକର, ରାକେଶ ରୋଶନ, ପ୍ରମୁଖ ସାମିଲ ହୋଇଥିଲେ |

ସୂଚନା ଥାଉ କି ଫରହାନ୍ ୨୦୦୦ ମସିହାରେ ଅଦୁନା ଭବାନୀଙ୍କୁ ବିବାହ କରିଥିଲେ। ୨୧ ଜାନୁୟାରୀ ୨୦୧୬ରେ, ବିବାହର ୧୬ ବର୍ଷ ପରେ ସେମାନେ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ | ୨୪ ଏପ୍ରିଲ ୨୦୧୭ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା |

ସମ୍ବନ୍ଧିତ ଖବର