ମୁମ୍ବାଇ : ଭାରତରେ କିଛି ଦିନ ହେଲାଣି ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିଲା । ନେତାଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ନିଜର ମତଦାନ କରିଥିଲେ । ଏହା ସହ ଦେଶର ଜନତାଙ୍କୁ ସୋସିଆଲ ମିଡିଆ ଜରିଆରେ ଭୋଟ୍ ଦେବାକୁ ମଧ୍ୟ ଅପିଲ କରିଥିଲେ । କିନ୍ତୁ ଅଭିନେତା ଫରହାନ୍ ଅଖ୍ତର ଯେଉଁ ଟୁଇଟ୍ କରିଥିଲେ, ତାହା ଏବେ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି ।
Dear electorate of Bhopal, it’s time for you to save your city from another full-of-gas tragedy. #SayNoToPragya#SayNoToGodse#RememberTheMahatma#ChooseLoveNotHate
— Farhan Akhtar (@FarOutAkhtar) May 19, 2019
ଟୁଇଟ୍ରେ, ପ୍ରିୟ ଭୋପାଳର ମତଦାତାମାନେ, ଏହା ହେଉଛି ସେହି ସମୟ, ଯେତେବେଳେ ଆପଣ ନିଜ ସହରକୁ ଆଉ ଏକ ଗ୍ୟାସ୍ ଟ୍ରାଜେଡ଼ିରୁ ବଞ୍ଚାଇ ପାରିବେ ବୋଲି ଲେଖିଥିଲେ ଫରହାନ୍ । ଏଭଳି ଟୁଇଟ୍ କରି ଫରହାନ୍ ଭୋପାଳବାସୀଙ୍କୁ ଭୋଟ କରିବାକୁ ଅପିଲ କରିଦେଲେ ସତ । କିନ୍ତୁ ଭୋପାଳରେ ମତଦାନ ମେ’ ୧୨ରୁ ସାରି ସାରିଛି ବୋଲି ଭୁଲି ଗଲେ । ଯାହା ତାଙ୍କୁ ଏବେ ସମାଲୋଚନାର ଶିକାର କରିଛି ।