ସୋସିଆଲ ମିଡିଆରେ ଛାଇଲା ଫର୍ମାନୀଙ୍କ ଗୀତ ଗାଉଥିବାର ଭିଡିଓ, ରାନୁଙ୍କ ଭଉଣୀ ହୋଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ପଶ୍ଚମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ବଲିଉଡ୍‌ରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି । ତାଙ୍କର କିଛି ସେକେଣ୍ଡର ଭିଡିଓ ତାଙ୍କୁ ଆଜି ଲୋକପ୍ରିୟ ବନାଇଛି । ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ସପ୍ଟଓୟାର ଇଞ୍ଜିନିୟର ପ୍ରଥମେ ତାଙ୍କ ଭିଡିଓ ରେକର୍ଡ କରି ସେୟାର କରିବା ପରେ ରାନୁଙ୍କ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଦେଖି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଭିନେତା ହିମେଶ ରେସ୍‌ମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଏବେ ତାଙ୍କ ଭଳି ଫର୍ମାନୀ ନାଜ୍‌ ନାମକ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ଲତା ମଙ୍ଗେସକରଙ୍କ ଗୀତ ମିଲୋ ନା ତୁମ୍‌ ତୋ ହମ୍‌ ଘବ୍‌ରାଏ ଗୀତ ଗାଉଥିବାରେ ନଜର ଆସିଛି ।

କିଛି ଲୋକ ଫର୍ମାନୀଙ୍କୁ ରାନୁଙ୍କ ସଂପର୍କୀୟ ଭଉଣୀ ବୋଲି କହୁଥିବା ବେଳେ ଫର୍ମାନୀଙ୍କର ରାନୁଙ୍କ ସହ କୌଣସି ସଂପର୍କ ନ ଥିବା ସ୍ପଷ୍ଟ ହୋଇଛି । ତେବେ ଫର୍ମାନୀଙ୍କର ଏଭଳି ଗୀତ ଗାଇବାର କାହାଣୀ ଅନେକ ପୁରୁଣା । ତାଙ୍କର ସ୍ୱର ଶୁଣି ପ୍ରଥମେ ଆଶୁ ବଚ୍ଚନ ନାମକ ଜଣେ କଣ୍ଠଶିଳ୍ପୀ ତାଙ୍କ ପାଖକୁ ଯିବା ସହ ତାଙ୍କ କଳାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସବୁ ଭିଡିଓ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ସେୟାର କରିବା ଆରମ୍ଭ କରିଥିଲେ । ଏବେ ତାଙ୍କ ଦ୍ୱାରା ଅପ୍‌ଲୋଡ୍‌ କରାଯାଇଥିବା ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକେ ଭିଡିଓକୁ ପସନ୍ଦ କରୁଥିବା ଦେଖାଯାଇଛି । ଏ ପର୍ଯ୍ୟନ୍ତ ତାଙ୍କ ଭିଡିଓକୁ ୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର