ସବ୍ୟସାଚୀଙ୍କ ସାହାଯ୍ୟରେ ଲକଡାଉନ ବେଳେ ଦୁବାଇରୁ ଆସି ଘରେ ପହଞ୍ଚିଥିବା ଯୁବକ ଅଭିନେତାଙ୍କ ନାମରେ ଖୋଲିଲେ ଫାଷ୍ଟ ଫୁଡ୍ ଷ୍ଟଲ୍ 

ଭୁବନେଶ୍ବର: କରୋନା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା, ଲକଡାଉନ, ସଟଡାଉନ ପାଇଁ ଯେତେବେଳେ ଲୋକେ ବାହାର ରାଜ୍ୟ, ବାହାର ଦେଶରେ ଫସି ହନ୍ତସନ୍ତ ହେଉଥିଲା ଠିକ୍ ସେତିକିବେଳେ ଏ ଯୁବକ ଜଣଙ୍କ ଦୁବାଇରେ ଫସି ରହିଥିଲେ ।

ହାଇଦ୍ରାବାଦର ଏକ ସଂସ୍ଥା ଜରିଆରେ ଦୁବାଇ ଯାଇ ହୋଟେଲରେ କାମ କରୁଥିବା ବେଳେ ଦେଶରେ ଘୋଷଣା ହୋଇଥିଲା ଲକଡାଉନ୍ । ବାସ ତା’ପରେ ଘରକୁ ଫେରିବାକୁ ଇସ୍କଙ୍କର ସବୁବାଟ ବନ୍ଦ ହୋଇଯାଇଥିଲା ।

ତେବେ ଦେଶ ବାହାରେ ରହି ଦୁଃଖୀଙ୍କ ଦରଦୀ ବନ୍ଧୁ ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ନିଜ ଅସୁବିଧା ବାବଦରେ ଜଣାଇଥିଲେ ଯୁବକ । ଆଉ ତା’ପରେ ଓଡ଼ିଶାର ସୁନାପୁଅ ସବ୍ୟସାଚୀ ସୁଦୂର ଦୁବାଇରୁ ଓଡିଶା ଫେରାଇ ଆଣିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ।

ନିଜ ବନ୍ଧୁଙ୍କ ସହାୟତାରେ ଯୁବକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଠାରୁ ରାଷ୍ଟ୍ରଦୂତ ସ୍ତରରେ ଯୋଗାଯୋଗ କରି ଘରକୁ ଫେରାଇ ଆଣିଥିଲେ ସବ୍ୟ । ଯେଉଁଥିପାଇଁ ସବ୍ୟଙ୍କୁ ସେ ଭୁଲି ପାରି ନାହାନ୍ତି । ତାଙ୍କ ସହଯୋଗକୁ ସମ୍ମାନ ଦେଇ ସେ ଆରମ୍ଭ କରିଥିବା ଦୋକାନର ନାମ ‘ସବ୍ୟଚାଚୀ ଫୁଡ୍ ୱାର୍ଲ୍ଡ’ ରଖିଛନ୍ତି ।

ସେପଟେ ନିଜ ମାଟିରେ, ନିଜ ଗୋଡରେ ଛିଡା ହେବାରୁ ମାତ୍ର ହଜାରେ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିବା ଇସ୍କଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସବ୍ୟସାଚୀ । ଆଉ ଖୁବଶୀଘ୍ର ତାଙ୍କ ଦୋକାନକୁ ଯାଇ ଖାଇବେ ବୋଲି ଟ୍ବିଟ କରି କହିଛନ୍ତି ସବ୍ୟ।

ସମ୍ବନ୍ଧିତ ଖବର