ବାପା କିଣୁଛନ୍ତି, ପୁଅ ବିକୁଛନ୍ତି

ମୁମ୍ବାଇର ଜୁହୁରେ ଥିବା ‘ଜଲ୍‌ସା’ ହାଉସ୍ (ବାସଭବନ)ରେ ରହୁଛନ୍ତି ଅମିତାଭ ବଚ୍ଚନଙ୍କ ପରିବାର। ଏହା ବ୍ୟତୀତ ପ୍ରତୀକ୍ଷା, ଜନକ ଛଡ଼ା ମୁମ୍ବାଇରେ ଅମିତାଭଙ୍କର ଆଉ କିଛି ଘର ମଧ୍ୟ ରହିଛି। ଚଳିତ ବର୍ଷ ମେ’ ମାସରେ ସେ ପୁଣି ୩୧ କୋଟି ଟଙ୍କା ମୂଲ୍ୟର ସିକ୍ସ ପାର୍କ ବ୍ୟବସ୍ଥା ଥିବା ଦୁଇଟି ଫ୍ଲାଟ୍ ମଧ୍ୟ କିଣିଛନ୍ତି। ସେପାଖେ ବାପା ଘର ପରେ ଘର କିଣୁଥିବା ବେଳେ ଏପାଖେ ପୁଅ ଅଭିଷେକ ବଚ୍ଚନ ଘର ବିକୁଛନ୍ତି। ନିକଟରେ ଅଭିଷେକ ବରେଲିରେ ଥିବା ତାଙ୍କ ‘ସ୍ବାଙ୍କି’ ଆପାର୍ଟମେଣ୍ଟକୁ ୪୫.୭୫ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

୨୦୧୩ରେ ଅମିତାଭଙ୍କ ବୋହୂ ଐଶ୍ବର୍ଯ୍ୟା ବରେଲିରେ ଏକ ଘର କିଣିଥିଲେ। ପୁଣି ପରେ ଅଭିଷେକ ଓ ଐଶ୍ବର୍ଯ୍ୟା ମିଶି ବାନ୍ଦ୍ରା ସ୍ଥିତ କୁର୍ଲା କମ୍ପ୍ଲେକ୍ସରେ ଏକ ଏ-ପ୍ଲସ୍ ଘର କିଣିଥିଲେ। ଏହା ଭିତରେ ସେମାନେ ସ୍କାଇଲାର୍କ ଟାୱାର୍‌ରେ ଥିବା ୩୭ତମ ଫ୍ଲୋର୍‌ଟିକୁ କିଣିଥିଲେ। ଅମିତାଭଙ୍କ ପରିବାରରେ ନାତୁଣୀ ଆରାଧ୍ୟାକୁ ମିଶାଇ ମାତ୍ର ପାଞ୍ଚଜଣ ସଦସ୍ୟ। ହେଲେ ଦିଲ୍ଲୀ ପରେ ଦ୍ବିତୀୟ ଇକୋନାମିକ୍ ସିଟି ଅଫ୍ ଇଣ୍ଡିଆ କୁହାଯାଉଥିବା ‘ମୁମ୍ବାଇ’ରେ ସେମାନେ ଏତେଗୁଡ଼ିଏ ଘର କିଣୁଛନ୍ତି କାହିଁକି? କେହି କେହି କହୁଛନ୍ତି ବଡ଼ ଘର ବଡ଼ ଗୁମର କଥା। ସେମାନେ ଘର କିଣୁଛନ୍ତି କ’ଣ ରହିବା ପାଇଁ? ଘର କିଣୁଛନ୍ତି ବା ବିକୁଛନ୍ତି ସମ୍ଭବତଃ ବ୍ୟବସାୟିକ ଫାଇଦା ଉଠାଇବା ପାଇଁ!

ସମ୍ବନ୍ଧିତ ଖବର