ସୁଶାନ୍ତଙ୍କ ପାଇଁ ଗରିବଙ୍କୁ ଖୁଆଅ

‘ସୁଶାନ୍ତଙ୍କ ପାଇଁ ୧୦୦୦ ଗଛ’ ଅଭିଯାନ ପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କିର୍ତୀ ସାମାଜିକ ଗଣମାଧ୍ୟମରେ ‘ସୁଶାନ୍ତଙ୍କ ପାଇଁ ଗରିବଙ୍କୁ ଖୁଆଅ’ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତଙ୍କ ପାଇଁ ଗରିବ ଓ ନିଃସହାୟଙ୍କୁ ଖାଦ୍ୟ ବାଣ୍ଟିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଟ୍ବିଟ୍‌ କରି ଅନୁରୋଧ କରିଛନ୍ତି ଶ୍ବେତା। ଏଥିସହ ଏହା କରୁଥିବା ସମୟରେ ଆଖି ବନ୍ଦ କରି ପ୍ରାର୍ଥନା କରିବାକୁ କହିଛନ୍ତି। ଯଥାସମ୍ଭବ ସତ ସାମ୍‌ନାକୁ ଆସିବାକୁ ଆମେ ପ୍ରାର୍ଥନା କରିବା ଓ ଭଗବାନ ଆମକୁ ଠିକ୍‌ ଦିଗରେ ପରିଚାଳିତ କରିବାକୁ ଆଶୀର୍ବାଦ କାମନା କରିବା।

ସମ୍ବନ୍ଧିତ ଖବର