ବିଗ୍ ବି କରୋନା ଲଢ଼େଇରେ ସଫଳ ହୋଇଛନ୍ତି ଓ ଏହି ଭୂତାଣୁକୁ ହରାଇ ଘରକୁ ଫେରିଛନ୍ତି। ୩ ସପ୍ତାହର ହସ୍ପିଟାଲ୍ ରହଣୀ ପରେ ଘରକୁ ଫେରି ବି ସେ ଖୁସି ନାହାନ୍ତି। ଏ ପର୍ଯ୍ୟନ୍ତ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ୍ ଅଛନ୍ତି ଓ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଏଣୁ ସେ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏଥିସହ ସେ ନିଜ ମା’ ଙ୍କ ଆଶୀର୍ବାଦ ଓ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ଓ ଶୁଭକାମନା ପାଇଁ ଆରୋଗ୍ୟ ହୋଇ ଘରକୁ ଫେରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ନାନାବତି ହସ୍ପିଟାଲ୍ର ସମସ୍ତ ଡାକ୍ତର ଓ ନର୍ସଙ୍କ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ଅଭିଷେକ ମଧ୍ୟ ଟ୍ବିଟରରେ ବିଗ୍ ବିଙ୍କ ହସ୍ପିଟାଲ୍ରୁ ଘର ବାହୁଡ଼ାକୁ ନେଇ ଖୁସି ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି, ଏବେ ବି ମୁଁ କରୋନା ଆକ୍ରାନ୍ତ ବୋଲି ରିପୋର୍ଟରେ ଆସିଛି। ଏଣୁ ହସ୍ପିଟାଲ୍ରେ ଚିକିତ୍ସାଧୀନ। କିନ୍ତୁ ପ୍ରତିଶ୍ରୁତି ଦେଉଛି, ମୁଁ କରୋନାକୁ ହରାଇ, ସୁସ୍ଥସବଳ ହୋଇ ଘରକୁ ଫେରିବି।
ଘରକୁ ଫେରି ବି ଅଭିଷେକଙ୍କ ପାଇଁ ଦୁଃଖୀ ବିଗ୍ ବି
/sambad/media/post_attachments/wp-content/uploads/2020/08/amitab.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)