ଏମାନେ ହେଉଛନ୍ତି ବଲିଉଡର ଟପ୍‌ ଟେନ୍‌ ହିରୋଇନ୍‌, ଜାଣନ୍ତୁ କିଏ ନେଉଛନ୍ତି କେତେ?

ମୁମ୍ବାଇ:ବଲିଉଡରେ କେଉଁ ହିରୋଇନ୍‌ ଏ ବର୍ଷ ଟପ୍‌ ଟେନ୍‌ରେ ଅଛନ୍ତି ,ଜାଣିବାକୁ ଚାହାଁନ୍ତି କି। ହଁ ଏମାନେ ପ୍ରାଇସ ମାମଲାରେ କଡ଼ା ଟକ୍କର ଦେଇଛନ୍ତି ଜଣେ ଆର ଜଣକୁ। କୁହାଯାଉଛି ଏବର୍ଷ ଏମାନେ ନିଜର ଫିସ୍‌ ବଢ଼ାଇ ଦେଇଛନ୍ତି। ଏହି ମାମଲାରେ ସବୁଠୁ ଆଗରେ ରହିଛନ୍ତି ଦୀପିକା ପାଦୁକୋନ୍‌। ସେ ବିବାଦୀୟ ସିନେମା ‘ପଦ୍ମାବତୀ’ ଲାଗି ୧୪ରୁ ୧୬ କୋଟି ଟଙ୍କା ନେଇଥିବା ଜଣାଯାଇଛି।

photo-indianexpress.com

ତାଙ୍କ ତଳକୁ ଅଛନ୍ତି କଙ୍ଗନା ରାନାଓ୍ଵତ୍‌,ଯିଏ କି ଗୋଟିଏ ସିନେମାରେ କାମ କରିବାପାଇଁ ନେଉଛନ୍ତି୧୦ରୁ ୧୧ କୋଟି। ଅପରପକ୍ଷରେ ପ୍ରିୟଙ୍କା ଚୋପ୍ରାଙ୍କ ଫିସ୍‌ ହେଲା ୮ରୁ୯ କୋଟି। ତାଙ୍କ ତଳକୁ ଥିବା କରିନା କପୁର ପ୍ରତି ସିନେମାଲାଗି ୬ରୁ ୭ କୋଟି ଦାବି କରୁଛନ୍ତି। ଠିକ୍‌ ସେହିପରି ବିଦ୍ୟା ବାଲନ୍‌ ଗୋଟିଏ ସିନେମାରେ କାମ କରିବାପାଇଁ ନେଉଛନ୍ତି୭ରୁ ୮ କୋଟି ଟଙ୍କା ।

photo-ndtvimg.com

କାଟ୍ରିନା କୈଫଙ୍କ ଫିସ୍‌ ହେଲା ୬ରୁ ୭ କୋଟି।ତାଙ୍କ ତଳକୁ ଥିବା ଅନୁଷ୍କା ଶର୍ମା ପ୍ରତି ସିନେମା ଲାଗି ୫ରୁ ୬ କୋଟି ଦାବି କରୁଛନ୍ତି। ତେବେ ଆଲିଆ ଭଟ୍ଟ ନେଉଛନ୍ତି ପ୍ରତି ସିନେମାପାଇଁ ୪ରୁ ୫ କୋଟି ଟଙ୍କା। ଠିକ୍‌ ସେହିପରି ସୋନାକ୍ଷୀ ସିହ୍ନାଙ୍କ ଫିସ୍‌ ହେଲା ୪ କୋଟି। ସେ ତା’ଠୁ କମ୍‌ ହେଲେ ରାଜି ହେଉ ନଥିବା କୁହାଯାଉଛି। ଦଶମ ସ୍ଥାନରେ ଥିବା ଶ୍ରଦ୍ଧା କପୁର ଗୋଟିଏ ସିନେମାଲାଗି ୩ କୋଟି ନେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର