ମୁମ୍ବାଇ : ଆରମ୍ଭରୁ ହିଁ ବିବାଦରେ ଛନ୍ଦି ହୋଇ ପଡ଼ିଛି ଫିଲ୍ମ ‘ହାଉସ୍ଫୁଲ-୪’ । ସୁଟିଂ ଅଧା ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ସାଜିଦ୍ ଖାନ୍ ଏବଂ କଳାକାର ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲାଗିଥିଲା। ଏହା ପରେ ଫିଲ୍ମର ସୁଟିଂ ଅଟକି ଥିବା ବେଳେ ଦୁହିଁଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଥିଲା । କିଛି ଦିନ ବନ୍ଦ ରହି ଏବେ ମୁମ୍ବାଇରେ ସୁଟିଂ ଆରମ୍ଭ ହୋଇଥିବା ବେଳେ ପୁଣି ଏକ ଅଘଟଣା ଘଟିଥିବା ଜଣା ପଡ଼ିଛି । ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ଫିଲ୍ମରେ କାମ କରୁଥିବା ପବନ ସେଟ୍ଟୀ ଏବଂ ସାଗର ନିଜର ୪ ଜଣ ସାଙ୍ଗଙ୍କ ସହ ମିଶି ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ଏବେ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/10/x1080-QaL-300x169.jpg)
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ମୁମ୍ବାଇର ଚିତ୍ରକୁଟ ଷ୍ଟୁଡ଼ିଓରେ ସୁଟିଂ ଚାଲୁଥିବା ବେଳେ ପବନ ସେଟ୍ଟୀ ଏବଂ ସାଗର ଆସି ମୋତେ ମୁଁ ବସିଥିବା ଚେୟାରୁ ଉଠାଇବାକୁ ଚେଷ୍ଟା କରିଥିଲେ । କାରଣ ପଚାରିବାରୁ ଆମ ସହ ଚାଲ ବୋଲି କହି ସେମାନେ ମୋତେ ଟାଣିବାକୁ ଲାଗିଥିଲେ । ତାଙ୍କ ସହ ଅନ୍ୟ ୪ ଜଣ ଲୋକ ମଧ୍ୟ ରହିଥିଲେ । ମୁଁ ମନା କରିବା ପରେ ସେମାନେ ମୋ ଗୁପ୍ତାଙ୍ଗକୁ ସ୍ପର୍ଶ କରିବା ସହ ମୋତେ ଧକ୍କା ଦେଇଥିଲେ । ଏହା ପରେ ମୁଁ ଅଭିଯୋଗ କରିବା ପାଇଁ ବାଧ୍ୟ ହେଲି ।
Was sitting with a colleague when suddenly 2 men Pawan Shetty&Sagar&4 others came&tried to take away my colleague forcefully. They also threatened. I tried to stop them. Shetty started pushing me&touched my pvt parts. I've filed a molestation case. I want him behind bars: Victim pic.twitter.com/nDQ8uPSQ2q
— ANI (@ANI) October 26, 2018