ଫିଫା ବିଶ୍ୱକପ୍-୨୦୨୨ରେ ବଲିଉଡ ଅଭିନେତ୍ରୀ ଦୀପିକାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡକୁ ଅନେକ ବ୍ଲକବଷ୍ଟର ଦେଇଥିବା ଦୀପିକା ନିକଟରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ସର୍କସର ଟ୍ରେଲରରେ ନଜର ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଫିଲ୍ମର ଏକ ଗୀତରେ ସେ ରଣବୀରଙ୍କ ସହ ନାଚୁଥିବାର ନଜର ଆସିଥିଲେ। ଏହା ସହ ଏବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିଥିଲା କାରଣ ସେ ଜୁରୀ ସଦସ୍ୟ ଥିଲେ। ଏ‌ସବୁ ନେଇ ଲାଇମଲାଇଟରେ ଥିବା ଦୀପିକାଙ୍କୁ ଏବେ ଆଉ ଏକ ବଡ଼ ଦାୟିତ୍ବ ମିଳିଛି। କତାରରେ ଚାଲୁଥିବା ଫିଫା ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବାର ଦାୟିତ୍ବ ଦୀପିକ‌ାଙ୍କୁ ମିଳିଥିବା ଜଣାପଡ଼ିଛି।

Deepika Padukone looks flawless in this picture

ନିକଟରେ ଫିଫା ବିଶ୍ୱକପରେ ନୋରା ଫତେହି ନୃତ୍ୟ ପ୍ରଦର୍ଶନ କରିବା ପରେ ଦୀପିକା ଷ୍ଟାଡିୟମରେ ଟ୍ରଫି ଉନ୍ମୋଚନ କରିବେ ବୋଲି ଚର୍ଚ୍ଚା ହେଉଛି। ଫିଫା ଇତିହାସରେ କୌଣସି ଭାରତୀୟ କିମ୍ବା ଆନ୍ତର୍ଜାତୀୟ ଅଭିନେତା-ଅଭିନେତ୍ରୀଙ୍କୁ ଏଭଳି କରିବାର ସୁଯୋଗ ମିଳିନଥିଲା। ପ୍ରଥମ କରି ଜଣେ ଅଭିନେତ୍ରୀଙ୍କୁ ଫିଫା ବିଶ୍ୱକପ୍ ଟ୍ରଫି ଉନ୍ମୋଚନ କରିବାର ଦାୟିତ୍ବ ଦିଆଯାଇଛି। ଫିଫା ବିଶ୍ୱକପର ଫାଇନାଲ ଡିସେମ୍ବର ୧୮, ୨୦୨୨ରେ କତାରର ଲୁସୈଲ ଆଇକନିକ ଷ୍ଟାଡିୟମରେ ହେବ।

ତେବେ ଦୀପିକାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ସର୍କସ’ ଓ ‘ପଠାନ’ରେ ନଜର ଆସିବେ। ‘ସର୍କସ’ରେ ସେ ସ୍ବାମୀ ରଣବୀର ସିଂହଙ୍କ ସହ ସ୍କ୍ରିନ ସେୟାର କରିଥିବା ବେଳେ ‘ପଠାନ’ରେ ଶାହାରୁଖଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି। ଏହା ପୂର୍ବରୁ ସେ ଫିଲ୍ମ ‘୮୩’ ଓ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର