ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ତାରକା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର'ର ଧମାକା ଭାରତରେ ନୁହଁ ବିଶ୍ବରେ ଦେଖିବାକୁ ମିଳିଛି । ଭାରତରେ 'ଫାଇଟର' ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସିନେମା ବିବାଦରେ ଫସି ଯାଇଥିବା ଜଣାପଡ଼ିଛି।

Advertisment

ହିତ୍ରିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଷ୍ଟାରର 'ଫାଇଟର' ସିନେମାରେ ବାୟୁସେନାର ଫାଇଟର ପାଇଲଟସଙ୍କ କାହାଣୀ ଉପ‌ରେ ‌ପ୍ରଦର୍ଶିତ ହୋଇଛି।  ଏହି ସିନେମ‌ାର ଗୋଟିଏ ଦୃଶ୍ୟରେ ହ୍ରିତିକି ଓ ଦୀପିକା ବାୟୁସେନାର ‌ପୋଷାକ ପିନ୍ଧିଥିବା ବେଳେ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ଦୃଶ୍ୟକୁ ନେଇ ଭାରତୀୟ ବାୟୁସେନାର ଅସାମରେ ନିୟୋଜିତ ଥିବା ଉଇଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ ଆପତ୍ତି ଉଠାଇ ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶକଙ୍କୁ ‌ନୋଟିସ ପଠାଇଛନ୍ତି।

'ଫାଇଟର' ସିନେମା ରିଲିଜ ପରେ ନିର୍ମାତା ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସହ ଫିଲ୍ମର କଲେକ୍ସନ ନେଇ ସୂଚନା ଦେଇଛନ୍ତି । ଏଥିରେ ଲେଖାଅଛି ଯେ, ଏହି ଫିଲ୍ମ ବର୍ତ୍ତମାନ ବିଶ୍ବ ବକ୍ସ ଅଫିସରେ ୩୦୨ କୋଟି ଆୟ କରିଛି । ସେହିପରି ଘରୋଇ ବକ୍ସ ଅଫିସରେ ମୋଟ ୨୧୭ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି ।  ସମସ୍ତଙ୍କ ଭଲପାଇବା ପାଇଁ ‘ଫାଇଟର’ ଟିମ ବହୁତ କୃତଜ୍ଞ । ଏହି ସଫଳତା କେବଳ ଦର୍ଶକଙ୍କ ପାଇଁ ସମ୍ଭବ ହୋଇପାରିଛି।’