ଥିଏଟର୍‌ରେ ଦିଲ୍‌ ବେଚାରା ମୁକ୍ତିଲାଭ ନ କରାଇବା ହୃଦୟ ବିଦାରକ ହେବ

ଟିଭି ପ୍ରଯୋଜକ ତଥା ‘ବିଗ୍‌ ବସ୍‌’ ଫାଇନାଲିଷ୍ଟ ବିକାଶ ଗୁପ୍ତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’କୁ ଥିଏଟର୍‌ରେ ମୁକ୍ତିଲାଭ କରାଇବା ପାଇଁ ଅନୁରୋଧ କରିଛନ୍ତି। ଗୁରୁବାର ହୋଇଥିବା ଘୋଷଣା ମୁତାବକ, ଜୁଲାଇ ୨୪ ତାରିଖରେ ଦିଲ୍‌ ବେଚାରା ଡିସ୍‌ନି+ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଥିବା ବ‌େଳେ ଏହାକୁ ସବ୍‌ସ୍କ୍ରାଇବ୍‌ କରି ନଥିବା ଲୋକେ ମଧ୍ୟ ଦେଖିପାରିବେ ବୋଲି ଘୋଷଣା ହୋଇଛି। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ବରୂପ ଏହି ବ୍ୟବସ୍ଥା କରାଯାଇଛି। ବିକାଶ ଏ ସମ୍ପର୍କରେ ଇନଷ୍ଟାଗ୍ରାମ୍‌ରେ ଫିଲ୍ମର ନିର୍ମାତାଙ୍କୁ ଅନୁରୋଧ କରିଛନ୍ତି ଯେ ଯେବେ ସିନେମା ହଲ୍‌ ଖୋଲିବ, ସେବେ ଫିଲ୍ମଟି ରିଲିଜ୍‌ କରାନ୍ତୁ। ଏହା ସୁଶାନ୍ତଙ୍କ ଶେଷ ‌ଫିଲ୍ମ ହୋଇଥିବାରୁ, ଯଦି ଏହା ଥିଏଟର୍‌ରେ ଦେଖି ନହୁଏ, ତେବେ ଏହା ହୃଦୟ ବିଦାରକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର