ସଡ଼କ ଦୁର୍ଘଟଣାରେ ଫିଲ୍ମ ବିତରକଙ୍କ ମୃତ୍ୟୁ, ଗୋଟେ ଦିନ ପୂର୍ବରୁ ବୋନି କପୁରଙ୍କ ସହ କଥା ହୋଇଥିବା ସୂଚନା

ମୁମ୍ବାଇ : ରବିବାର ଚର୍ଚ୍ଚିତ ଫିଲ୍ମ ବିତରକ ଅଜୟ ଚନ୍ଦାନୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ନିଜ ସାଙ୍ଗର ନୂଆ ବାଇକ୍‌ ନେଇ ସେ ବୁଲି ଯାଇଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ସେ ବୋନି କପୁରଙ୍କ ସହ କଥା ହୋଇଥିଲେ ବୋଲି ଜଣା ପଡ଼ିଛି ।

ବୋନିଙ୍କ ଅନୁଯାୟୀ, ଅଜୟଙ୍କ ମୃତ୍ୟୁ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ସେ ବହୁତ ଭଲ ମଣିଷ ଥିଲେ । ସେ ଗୁରୁବାର ମୋତେ ଫୋନ କରିଥିବା ସହ ଆମେ ଫିଲ୍ମ ବିଷୟରେ କଥା ହୋଇଥିଲୁ । ଏହା ପରେ ଶନିବାର ସେ ମୋତେ ଫୋନ କରି ଫିଲ୍ମର ବ୍ୟବସାୟ ବିଷୟରେ ଜଣାଇଥିଲେ । କିନ୍ତୁ ରବିବାର ହଠାତ ତାଙ୍କର ମୃତ୍ୟୁ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ବୋଲି କହିଛନ୍ତି ବୋନି । ଅଜୟଙ୍କୁ ୪୫ବର୍ଷ ହୋଇଥିବା ବେଳେ ସେ ଦୁଇଟି ସନ୍ତାନର ବାପା ଥିଲେ ।

ସମ୍ବନ୍ଧିତ ଖବର