ଭୁବନେଶ୍ବର : କରୋନା ପରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଆୟୋଜନ କରିବ ଚଳଚ୍ଚିତ୍ର ମହୋତ୍ସବ। ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେବ। ଏକ ଭିଡିଓ କନଫରେନ୍ସିଂରେ ଏ ସମ୍ପର୍କରେ ଆଲୋଚନା ହୋଇଯାଇଛି।
କୋଭିଡ୍ କଟକଣା ଯୋଗୁଁ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଦର୍ଶନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବାରୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭୂତ କ୍ଷତି ସହିଥିବାରୁ ଏହାକୁ କିଭଳି ପୁନଃ ବ୍ୟବସ୍ଥିତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ଅସୀମ ବିଭବ ଓ ପ୍ରାକୃତିକ ଶୋଭା ଥିଲେ ହେଁ ବହୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ତାହା ଜଣାନାହିଁ। ରାଜ୍ୟ ସରକାରଙ୍କ ନିକଟରେ ସର୍ବୋତ୍କୃଷ୍ଟ ଚଳଚ୍ଚିତ୍ର ନୀତି ରହିଥିବା ବେଳେ ବାହାର ଚଳଚ୍ଚିତ୍ର ନିର୍ମାତାଙ୍କୁ ଏହା ସୁହାଇବ। ତେଣୁ ଚଳଚ୍ଚିତ୍ର ନିର୍ମାତା ଓ ନିବେଶକାରୀଙ୍କୁ କିଭଳି ଆକର୍ଷିତ କରାଯାଇପାରିବ ସେନେଇ ‘ମେକ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଆଲୋଚନା କରାଯିବା ନେଇ ଓଏଫ୍ଡିସି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ କରାଯାଉଥିବା ରୋଡ୍ ସୋ’ ଏବଂ ଏହିଭଳି କାର୍ଯ୍ୟକ୍ରମରେ ଓଏଫ୍ଡିସିକୁ ପର୍ଯ୍ୟଟନ ବିଭାଗ ସହ ମିଶି କାମ କରିବାକୁ ଆଲୋଚନା ହୋଇଥିଲା।
ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ପରିଚାଳନା ନିର୍ଦେଶକ ନିତିନ ଭାନୁଦାସ ଜୱାଲେ, ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/film.jpg)