ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିବାକୁ ଯାଉଛି କପିଲ ଶର୍ମାଙ୍କ ଅଭିନୀତ ଫିରଙ୍ଗି। ଏହାସହ ଅରବାଜ୍ ଖାନ ଓ ସନି ଲିଓନିଙ୍କ ଅଭିନୀତ ତେରା ଇନ୍ତେଜାର ମଧ୍ୟ ବଡ଼ ପରଦାକୁ ଆସୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫିରଙ୍ଗିରେ ଦର୍ଶକ ୧୯୨୦ ମସିହାର କାହାଣୀ ଦେଖିବାକୁ ପାଇବେ। ଏଥିରେ ପ୍ରମୁଖ ଭୂମିକାରେ ରହିଛନ୍ତି ଇଶିତା ଦତ୍ତ, ମୋନିକା ଗିଲ, ଇନାମୁଲହକ୍, ମରିୟମ ଜକାରିଆ, ରେଶନି ଓ୍ଵାଲିଆ ଓ ଏଡଓ୍ଵାର୍ଡ ସୋନେବ୍ଲିକ୍ ପ୍ରମୁଖ। ଏହା ଏକ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର। ରାଜୀବ ଧୀଂଗ୍ରା ଏହାର ନିର୍ଦେଶନା ଦେଇଛନ୍ତି। ଏହା କଶରୀ, ସ୍ତୁତି, ମହାରାଜା ଓ ଆଇନକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।
ସେହପରି ତେରା ଇନ୍ତେଜାର ମଧ୍ୟ ଆସନ୍ତାକାଲି ବଡ଼ ପରଦାକୁ ଆସୁଛି। ଏଥିରେ ସନ୍ନି ଲିଓନି ଓ ଅରବାଜ ଖାନ ମୁଖ୍ୟ ଭୂମିକାରେ ରହିଛନ୍ତି। ଏହାର ନିର୍ଦେଶନା ଦେଇଛନ୍ତି ରାଜୀବ ଓ୍ଵାଲିଆ। ମହାରାଜା, ସ୍ୱାତି, କେଶରୀ ଓ ଆଇନକ୍ସରେ ମୁକ୍ତିଲାଭ କରୁଛି।