ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଏହାର ଟ୍ରେଲର୍ ରିଲିଜ୍ କରିଛି। ସବୁଠୁ ବଡ଼କଥା ହେଉଛି ଏଇ ଚଳଚ୍ଚିତ୍ରର ଟ୍ରେଲର ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଦର୍ଶିିତ ହେବ। ଆଜି ଆଇପିଏଲର ଫାଇନାଲ୍‌ ମ୍ୟାଚ୍। ଏଇଠି ଅମୀର ଓ କରୀନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା‌’ର ଟ୍ରେଲର୍‌ ମୁକ୍ତିଲାଭ କରିବ।

Advertisment

publive-image janprahar.com

ଚଳଚ୍ଚିତ୍ର ହେଉ କି କ୍ରିକେଟ୍ ଉଭୟ ଇତିହାସରେ ଏହା ପ୍ରଥମ ଯେ କୌଣସି କ୍ରିକେଟ୍ ଫାଇନାଲ୍‌ରେ ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍ କରିବ। ଜାମ୍ମୁ-କାଶ୍ମୀର ଲେ‌‌ଫ୍ଟନାଣ୍ଟ୍‌ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଥିଲେ ଅଭିନେତା ଅମୀର ଖାନ୍ ଓ ତାଙ୍କ ସହଧର୍ମିଣୀ କିରଣ ରାଓ। ସେତେବେଳେ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’ର ସୁଟିଂ ପାଇଁ ଅମୀରଙ୍କ ୟୁନିଟ୍ ଲଦାଖ୍‌ରେ ପହଞ୍ଚିଥିଲା। କିରଣଙ୍କୁ ଛାଡ଼ପତ୍ର ଦେଇଥିଲେ ବି ନୂଆ ଚଳଚ୍ଚିତ୍ର ପାଇଁ ଦୁହିଙ୍କୁ ଏକାଠି ହେବାକୁ ପଡ଼ିଥିଲା। କାରଣ ଅମୀର ଏହାର ପ୍ର‌େଯାଜନା କରୁଛନ୍ତି। ଏଇ ଚଳଚ୍ଚିତ୍ରରେ ଜାମ୍ମୁ-କାଶ୍ମୀରର ନିୟମାବଳୀ ଉଲ୍ଲଙ୍ଘନ କରିହେଲାନାହିଁ। ଦର୍ଶକଙ୍କୁ ଈଶ୍ବର ବିଚାରୁଥିବା‌ ଅମୀର ଏଠାରେ ସୁଟିଂ ସମୟରେ ଭିନ୍ନ ଅନୁଭୂତି ହାସଲ କରିଥିଲେ। ଅମୀର କହିଥିଲେ- ୧୯୯୯ର କାରଗିଲ୍‌ ପରିବେଶ ସମ୍ପୂର୍ଣ୍ଣ ବଦଳିଯାଇଛି। ତାଙ୍କ ୟୁନିଟ୍ ମେମ୍ବରମାନଙ୍କୁ ସେଠାରେ ସବୁପ୍ରକାର ସୁବିଧା ମିଳିଥିଲା।

publive-image YouTube

ସୁଟିଂ ପୂର୍ବରୁ ଅମୀର ଅମର ସିଂହ କଲେଜ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସୁନ୍ଦର ଶୃଙ୍ଖଳା ଦେଖିଥିଲେ। ତେଣୁ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’ର ଅବଶିଷ୍ଟ ସୁଟିଂ ଲଦାଖ୍‌ ଅଞ୍ଚଳରେ କରିଥିଲେ। ଅମୀର ଆଇପିଏଲ୍‌ର ଅନୁମତି ନେବା ପୂର୍ବରୁ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ରବି ଶାସ୍ତ୍ରୀ ମଧ୍ୟ ଏ ବାବଦରେ ଆଇସିଆଇ ସହ ପରାମର୍ଶ କରିଥିଲେ। ବହୁ ଆଲୋଚନା ପରେ ‘ଲାଲ୍ ସିଂହ ଚଢ଼ା’ ଚଳଚ୍ଚିତ୍ରକୁ ଆଇପିଏଲ୍‌ ଫାଇନାଲ୍‌ରେ ପଦର୍ଶିିତ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଅମୀର ଓ କରୀନାଙ୍କ ବ୍ୟତୀତ ଦକ୍ଷିଣୀ ଅଭିନେତା ନାଗାଚୈତନ୍ୟ, ମୋନା ସିଂହ ଏବଂ ଅତିଥି କଳାକାର ଭାବେ ଶାହାରୁଖ୍ ଖାନଙ୍କୁ ଦେଖିବାକୁ ମିଳିବ। ଏରିକ୍ ରଥ ଓ ଅତୁଲ କୁଲକର୍ଣ୍ଣି ଏହାର ସଂଳାପ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଦ୍ବୈତ ଚନ୍ଦନ। ଶୁଣାଯାଉଛି ଏହା ଜଣେ କ୍ରିକେଟର୍‌ଙ୍କ ଜୀବନୀ ଉପରେ ପର୍ଯ୍ୟବସିତ।।