ଡିଜ୍ନି ପ୍ଲସ୍ ହଟ୍ଷ୍ଟାର୍ରେ ରିଲିଜ୍ ହୋଇଥିବା ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀ’ ବର୍ତ୍ତମାନ ରେକର୍ଡ କରୁଛି। ଭିଵରସିପ୍ ମାମଲାରେ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଦିଲ୍ ବେଚାରାର ରେକର୍ଡ କାଟିବା ପରେ ବର୍ତ୍ତମାନ କରୋନା ସମୟରେ ବିଦେଶରେ ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ପରିଗଣିତ ହେଉଛି।
ଗତ ୯ ତାରିଖରେ ଭାରତରେ ଓଟିଟି ପ୍ଲାଟ୍ଫର୍ମରେ ଫିଲ୍ମ ରିଲିଜ୍ ହେବା ସହ ଅଷ୍ଟ୍ରେଲିଆ, ଫିଜି ଓ ନ୍ୟୁଜିଲାଣ୍ଡର ସିନେମା ହଲ୍ରେ ପ୍ରଦର୍ଶିତ ହୋଇଥିଲା। ତେବେ ଏହି ୪ଦିନରେ ଲକ୍ଷ୍ମୀ ଅଷ୍ଟ୍ରେଲିଆରେ ୪୧ଲକ୍ଷ ୯ ହଜାର ଟଙ୍କା ଆୟ କରିଥିବା ବେଳେ ନ୍ୟୁଜିଲାଣ୍ଡରେ ୨୮ଲକ୍ଷ ୩୮ହଜାର ଓ ଫିଜିରେ ୧୦ଲକ୍ଷ ୩୪ହଜାର ଟଙ୍କା ଆୟ କରିଛି। କରୋନା ସମୟରେ ବିଦେଶରେ ଏହା ସର୍ବାଧିକ ଆୟକାରୀ ଫିଲ୍ମର ମାନ୍ୟତା ପାଇଛି। ସିନେ ସମୀକ୍ଷକ ତରଣ ଆଦର୍ଶ ‘ଲକ୍ଷ୍ମୀ’ର ଵାର୍ଲ୍ଡ ଵାଇଡ୍ କଲେକ୍ସନକୁ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ଦମଦାର୍ ଆକ୍ସନ ସାଙ୍ଗକୁ କମେଡି ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/akshay_kumar_kiara_advani_starrer_laxmii_breaks_viewership_record.jpg)