ଆହାନ୍ ସେଟ୍ଟୀ ଓ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଡ଼ପ’ ପ୍ରଥମ ଦିନରେ ଅତିକମ୍ରେ ଚାରି କୋଟି ଟଙ୍କାର ବ୍ୟାବସାୟିକ ସଫଳତା ପାଇଛି। ସୂର୍ଯ୍ୟବଂଶୀ, ବଣ୍ଟି ଔର୍ ବବଲୀ, ସତ୍ୟମେବ ଜୟତେ-୨ ଏବଂ ଅନ୍ତିମ: ଦ ଫାଇନାଲ ଟ୍ରୁଥ୍ ପରେ ମିଲନ ଲୁଥାରିଆଙ୍କ ନିର୍ଦ୍ଦେଶିତ ‘ତଡ଼ପ’ ସାରାବିଶ୍ବରେ ପାଖାପାଖି ୧୬୦୦ଟି ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେଉଛି। ଆହାନ ଓ ତାରାଙ୍କ ଭଳି ନବାଗତ ତାରକାମାନଙ୍କୁ ନେଇ ଯଦି ଚଳଚ୍ଚିତ୍ର ‘ତଡ଼ପ’ ଏଭଳି ଆଶାତୀତ ସଫଳତା ପାଉଛି, ତେବେ ସଲମାନ୍, ଅକ୍ଷୟ କୁମାର, ଅଜୟ ଦେବଗନ୍, ଶାହାରୁଖ, ସୈଫ୍, ହ୍ରିତିକ୍, ରଣବୀର କପୁର ଓ ରଣବୀର ସିଂହଙ୍କ ପରି ତାରକାମାନଙ୍କ ଚଳଚ୍ଚିତ୍ର କିଭଳି ସଫଳତା ପାଇବ ଆପଣ ଭାବନ୍ତୁ।
ଲକ୍ଡାଉନ୍ ପରେ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ମାହେନ୍ଦ୍ର ବେଳା ନୁହେଁ ତ!!! ଜଣାପଡ଼ିଛି କି ‘ସୂର୍ଯ୍ୟବଂଶୀ’ ଓ ‘ଅନ୍ତିମ’ ଯଦି ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହନ୍ତି, ତେବେ ୨୦୨୧ରେ ମୁକ୍ତିଲାଭ କରିଥିବା ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନରେ ରହିବ। ଏହା ଭିତରେ ବି ରୁହି, ମୁମ୍ବାଇ ସାଗା, ବଟମ୍, ବଣ୍ଟି ଓୗର ବବଲୀ-୨ ଓ ସତ୍ୟମେବ ଜୟତେ-୨ ଭଳି ବିଗ୍ ବଜେଟର ସିନେମା ମଧ୍ୟ ରିଲିଜ୍ କରିଛି। ଏଗୁଡ଼ିକ କିନ୍ତୁ ‘ଅନ୍ତିମ’ ତୁଳନାରେ ପ୍ରାୟ ୨୦ ପ୍ରତିଶତ ବ୍ୟାବସାୟିକ ସଫଳତାର ପଛରେ ଅଛନ୍ତି।