ଅନୀଲ କପୁର, ହର୍ଷବର୍ଦ୍ଧନ କପୁର ଏବଂ ଫତିମା ସାନା ଶୈଖ୍ ଅଭିନୀତ ‘ଥର୍’ ଚଳଚ୍ଚିତ୍ର ଏ ବର୍ଷ ଗ୍ରୀଷ୍ମକାଳରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ଏବେ ନେଟ୍‌ଫ୍ଲିକ୍ସ ଏ ବାବଦରେ ଘୋଷଣା କରିଛି। ଅଶୀ ଦଶକର ଏକ ନିବନ୍ଧରେ ବର୍ଣ୍ଣିତ କାହାଣୀକୁ ନେଇ ‘ଥର୍’ ନିର୍ମିତ। ଏହାର ମୁଖ୍ୟ ଚରିତ୍ର ପାଲଟିଛନ୍ତି ହର୍ଷବର୍ଦ୍ଧନ ଠାକୁର। ତାଙ୍କ ଚରିତ୍ରର ନାମ ରହିଛି ସିଦ୍ଧାର୍ଥ। ଅତୀତର ଘଟଣାକୁ ନେଇ ସିଦ୍ଧାର୍ଥ ତା’ର ବର୍ତ୍ତମାନର ଜୀବନଧାରା ଆରମ୍ଭ କରୁଛି। ସେ କେତେ ସଫଳ ହେଉଛି ତାହା ଦେଖିବାର କଥା। ଏଥିରେ ସତୀଶ କୌଶିକ୍ ମଧ୍ୟ ଭିନ୍ନ ଏକ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜ ସିଂହ ଚୌଧୁରୀ, ସେ ମଧ୍ୟ ଏହାର କାହାଣୀ ଲେଖିଛନ୍ତିି। ଚଳଚ୍ଚିତ୍ର ନିର୍ମାଣରେ ନେଟ୍‌ଫ୍ଲିକ୍ସ ସହିତ ସହଯୋଗ କରିଛି ଏକେଏଫ୍‌ସି।

Advertisment

ଅଭିନେତା ଅନୀଲ କପୁର କହିଛନ୍ତି- ମୁଁ ଅତ୍ୟନ୍ତ ଗର୍ବିତ ଯେ ‘ଥର୍’ ସବୁଦୃଷ୍ଟିରୁ ଏକ ସ୍ବୟଂସଂପୂର୍ଣ୍ଣ ବିଷୟବସ୍ତୁ। ରାଜସ୍ଥାନରେ ସୁଟିଂ ହେଇଥିବା ଏହି ପାଶ୍ଚାତ୍ୟ ବିଷୟବସ୍ତୁ ଖୁବ୍ ଚମତ୍କାର ହେଇଛି ବୋଲି ଅନୀଲ କହିଛନ୍ତି। ଏ କାହାଣୀର ଗତିଶୀଳତା କେବଳ ବୁଦ୍ଧିଜୀବୀଙ୍କୁ ପ୍ରଭାବିତ କରିବ। ଏଥିରେ ଚିତ୍ରୋତ୍ତୋଳନ କରିଛନ୍ତି ଶ୍ରେୟା ଦେବ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଅଜୟ ଜୟନ୍ତୀ। ‘ଇସ୍କ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଦର୍ଶକଙ୍କ ନଜରକୁ ଆସିଥିବା ଫତିମା ‘ଚାଚି-୪୨୦’, ‘ବଡେ ଦିଲୱାଲା’, ‘ୱାନ୍ ଟୁ କା ଫୋର୍’, ‘ବିଟ୍ଟୁ ବସ୍’, ‘ଆକାଶବାଣୀ’, ‘ଦଙ୍ଗଲ୍’, ‘ଥଗ୍‌ସ ଅଫ୍ ହିନ୍ଦୁସ୍ତାନ’, ‘ଲୁଡୋ’, ‘ଅଜିବ ଦାସତାଁଜ୍’ ଆଦିରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।