ମୁମ୍ବାଇ: ଆଜି ହେଉଛି ବଲିଉଡର ଦିବଂଗତ ଅଭିନେତା ପ୍ରାନ୍ଙ୍କର ଜନ୍ମ ଦିନ। ଅଭିନେତା ପାନ୍ ୧୯୬୭ ମସିହାରେ ‘ ଉପ୍କାର୍ ’ ,୧୯୬୯ରେ ଆଁସୁବନ୍ ଗୟେ ଫୁଲ୍ ଓ ୧୯୭୨ ରେ ‘ବେଇମାନ୍’ ଲାଗି ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେଆର୍ ଆଓ୍ଵାର୍ଡ ଲାଭ କରିଥିଲେ । କିନ୍ତୁୁ ‘ ବେଇମାନ୍’ ପାଇଁ ସେ ଏହି ପୁରସ୍କାରକୁ ଲେଉଟାାଇ ଦେଇଥିଲେ । ସେ କହିଥିଲେ ଯେ କମଲ ଅମରୋହୀଙ୍କ ଫିଲ୍ମ ‘ ପାକିଜା’ କୁ ଅଧିକାଂଶ ଶ୍ରେଣୀରେ ଏହାକୁ ପୁରସ୍କାର ମିଳିବା କଥା ,ମାତ୍ର ତାହା ହେଲା ନାହିଁ। ଏହାର ପ୍ରତିବାଦ କରି ପ୍ରାନ୍ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ ଯାହା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।
/sambad/media/post_attachments/wp-content/uploads/2018/02/Pran_Actor-en.wikipedia.org_-244x300.jpg)
ସେ ପ୍ରାୟ ୩୫୦ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଫିଲ୍ମ ହେଲା ଖାନଦାନ୍ , ପିଲ୍ପିଲି ସାହବ୍ , ହାଲାକୁ, ମଧୁମତୀ, ଜୀସ୍ ଦେଶ୍ ମେଁ ଗଙ୍ଗା ବେହତି ହେ, ଉପକାର୍ , ସହିଦ୍, ପୂରବ୍ ଔର୍ ପଶ୍ଚିମ୍ , ରାମ୍ ଔର୍ ଶ୍ୟାମ୍ , ଆଁସୁ ବନଗୟେ ଫୁଲ୍ , ଜନି ମେରା ନାମ୍ , ଭିକ୍ଟୋରିଆ ନଂ ୨୦୩, ବେ-ଇ ମାନ୍ , ଜଂଜୀର୍ , ଡନ୍ , ଅମର ଆକବର ଆନ୍ଥୋନି ଓ ଦୁନିୟା । ପ୍ରାନ୍ ଫିଲ୍ମ ଫେଆର ଲାଇଫ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ ,ପଦ୍ମଭୂଷଣ ଓ ଦାଦା ସାହେବ ଫାଲ୍କେ ଭଳି ପୁରସ୍କାର ରେ ହୋଇଥିଲେ ।