ଫିଲ୍ମ ଫେଆର ଆଓ୍ଵାର୍ଡରେ କିଏ ବାଜିମାତ୍‌ କରିଲେ ଜାଣନ୍ତୁ

ମୁମ୍ବାଇ: ଜିଓ ଫିଲ୍ମ ଫେଆର ଆଓ୍ଵାର୍ଡ ଘୋଷିତ ହୋଇଛି । ଏଥର ଜୀବନବ୍ୟାପୀ ସାଧନା ଲାଗି ଅଭିନେତ୍ରୀ ମାଲା ସିହ୍ନା, ଏବଂ ସଙ୍ଗୀତକାର ବାପି ଲାହିରୀଙ୍କୁ ପୁରସ୍କୃତ କରାଯାଇଛି। ଏତଦବ୍ୟତୀତ ଶ୍ରେଷ୍ଠ ସିନେମାଭାବେ ହିନ୍ଦୀ ମିଡ଼ିଅମ ଫିଲ୍ମ ଫେଆର ଆଓ୍ଵାର୍ଡ ହାସଲ କରିଛନ୍ତି।ଏଥିରେ ଶ୍ରେଷ୍ଠ ଅଭିନେତା ଭାବେ ଇର୍‌ଫାନ୍‌ ଖାନ,ଶ୍ରେଷ୍ଠ ଅଭିନେତ୍ରୀଭାବେ ବିଦ୍ୟା ବାଲନ୍‌ଙ୍କୁ ପୁରସ୍କୃତ କରାଯାଇଛି।ଠିକ୍‌ ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ଅଶ୍ୱିନୀ ଆୟାର୍‌ ତିଓ୍ଵାରୀ(ବରେଲି କି ବାର୍ଫି)ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକଭାବେ କୋଙ୍କଣ ସେନ୍‌ ଶର୍ମା(ଏ ଡ଼େଥ୍‌ ଇନ୍‌ କି ଗୁଂଜ୍‌),ଶ୍ରେଷ୍ଠ ସହ ଅଭିନେତାରୂପେ ରାଜ କୁମାର ରାଓ (ବରେଲି କି ବାର୍ଫି) ଏବଂ ଶ୍ରେଷ୍ଠ ସହ ଅଭିନେତ୍ରୀଭାବେ ମେହୋ ବିଜ୍‌ (ସିକ୍ରେଟ୍‌ ସୁପରଷ୍ଟାର୍‌) ଆଓ୍ଵାର୍ଡ ହାସଲ କରିଛନ୍ତି।

photo- amarujala

ଅପରପକ୍ଷରେ ଶ୍ରେଷ୍ଠ ସଂଳାପ ଲେଖକଭାବେ ହିତେଶ କେଓ୍ଵାଲ୍ୟା (ଶୁଭ ମଙ୍ଗଳ ସାବଧାନ୍‌ ପାଇଁ ଏହି ସମ୍ମାନ ହାସଲ କରିଛନ୍ତି।ଏଥିରେ ଶ୍ରେଷ୍ଠ ଚିତ୍ରନାଟ୍ୟ ଲେଖକ, ସୁଭାଶିଷ ଭୂତିଆନି (ମୁକ୍ତି ଭବନ)ଶ୍ରେଷ୍ଠ ମୌଳିକ କାହାଣୀକାର, ଅମିତ୍‌ ନ୍ୟୁଟନ୍‌ (ନ୍ୟୁଟନ୍‌)କ୍ଷୁଦ୍ର ଚଳଚ୍ଚିତ୍ରର ଶ୍ରେଷ୍ଠ ଅଭିନେତା,ଜ୍ୟାକି ଶ୍ରଫ୍‌(ଖୁଜ୍‌ଲି)କ୍ଷୁଦ୍ର ଚଳଚ୍ଚିତ୍ରର ଶ୍ରେଷ୍ଠ ଅଭିନେତ୍ରୀ, ସେଫାଳି ଶାହା(ଜୁସ୍‌)ପିପୁଲସ୍‌ ଚଏସ୍‌ ଆଓ୍ଵାର୍ଡ଼(ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର),‘ଅନାହୁତ୍‌’ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର (ଫିକ୍‌ସନ୍‌), ଜଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର (ନନ୍‌ ଫିକସନ୍‌),‘ଇନ୍‌ଭଜିବଲ୍‌ ଭଇଙ୍ଗସ୍‌’ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ପ୍ରୀତମ୍‌(ଜଗ୍‌ଗା ଜାସୁସ୍‌) ଏବଂ ଶ୍ରେଷ୍ଠ ଗୀତିକାର, ଅମିତାଭ ଭଟ୍ଟାଚାର୍ଯ୍ୟ  ବିବେଚିତ ହୋଇଛନ୍ତି।ଠିକ୍‌ ସେହିପରି ଅରିିଜିତ୍‌ ସିଂହ ଶ୍ରେଷ୍ଠ ଗାୟକ ଭାବେ ଏବଂ ଶ୍ରେଷ୍ଠ ଗାୟିକାଭାବେ ମେଘନା ମିଶ୍ର ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର