ଫିଲ୍ମ ଫ୍ରାଇଡେ: ‘ଟାଇଗର୍‌ ଜିନ୍ଦା ହେ’

ଆଜି ପରଦାକୁ ଆସୁଛି ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା‘ଟାଇଗର୍‌ ଜିନ୍ଦା ହେ’ । ଏଥିରେ ସଲମାନ୍‌ ଖାନ୍‌ ଏବଂ କାଟ୍ରିନା କୈଫ୍‌ ମେନ୍‌ ଲିଡରେ ଅଛନ୍ତି। ଏହା ହେଉଛି ସୁପରହିଟ୍‌ ସିନେମା ‘ଏକ୍‌ ଥା ଟାଇଗର୍‌’ର ସିକ୍ୱେଲ୍‌। ଏହାର ଅଧିକାଂଶ ସୁଟିଂ ଅଷ୍ଟ୍ରିଆ ଓ ଅବୁଧାବିରେ ହୋଇଛି। ୧୪୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବ୍ଦାସ୍‌ ଜାଫର୍‌। ତାଙ୍କର ଆଗାମୀ ଫିଲ୍ମ‘ଟାଇଗର୍‌ ଜିନ୍ଦାହେ’ର ସୁଟିଂ ଲାଗି ଅଛନ୍ତି। ସଲମାନ୍‌ ଖାନ୍‌ ପ୍ରଥମ ଥର ଲାଗି ‘ଟାଇଗର ଜିନ୍ଦା ହେ’ସଂପର୍କରେ ମୁହଁ ଖୋଲିଥିଲେ ହେଲେ ସେ ଫିଲ୍ମର କାହାଣୀକୁ ଗୋପନୀୟ ରଖିଛନ୍ତି।ସେ ଥଟ୍ଟାରେ କହିଥିଲେ ଯେ‘ଯଦି  କାହାଣୀ କରି ଦେବି ତେବେ ପ୍ରଯୋଜକ ଆଦିତ୍ୟ ଚୋପ୍ରା ମୋତେ ମାରିଦେବେ’।

photo- rediff.com

‘ଟାଇଗର ଜିନ୍ଦାହେ’ ଏକ ହଲିଉନ୍‌ ଷ୍ଟାଇଲିସ୍‌ ଫିଲ୍ମ ବୋଲି କହିଛନ୍ତି ସଲମାନ୍‌।ସେ କହିଛନ୍ତି ଯେ ଅଷ୍ଟ୍ରିଆ ଓ ଆବୁଧାବିରେ ଯେଉଁଭଳି ଭାବରେ ଆକ୍‌ସନ୍‌ ସିନ୍‌ ସୁଟ୍‌ କରାଯାଇଛି,ତାହା ସଂପୂର୍ଣ୍ଣଭାବେ ହଲିଉଡ଼୍‍ ଫିଲ୍ମ ଭଳି ମନେ ହେବ।ଏଥିରେ ଘୋଡ଼ା,ଟ୍ୟାଙ୍କ୍‌ ,ସୈନ୍ୟବାହିନୀ ଭଳି ଯୁଦ୍ଧଭିତ୍ତିକ ସିକ୍ୱେନସ ପାଇଁ ଯାହା ଆବଶ୍ୟକ ତାହା ରହିଛି।

‘ଟାଇଗର ଜିନ୍ଦାହେ’ଏକ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ବୋଲି ଅବଶ୍ୟ ସୂଚନା ଦେଇଛନ୍ତି ସଲମାନ୍‌ ଖାନ୍‌। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ୍‌ –ଶେଖର୍‌।

ସମ୍ବନ୍ଧିତ ଖବର