ଧନୁଷ ଏବଂ ଐଶ୍ବର୍ଯ୍ୟାଙ୍କର ଛାଡ଼ପତ୍ର ହୋଇନାହିଁ…ଜାଣନ୍ତୁ କ’ଣ କହିଲେ ଧନୁଷଙ୍କ ବାପା

ନୂଆଦିଲ୍ଲୀ: ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ସୋମବାର ରାତିରେ ଏ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଥିଲେ। ତେବେ ଏହି ପୋଷ୍ଟ ପରେ ଦୁହେଁ ଅଲଗା ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଧନୁଷଙ୍କ ବାପା ତଥା ଫିଲ୍ମ ନିର୍ମାତା କସ୍ତୁରୀ ରାଜା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ଧନୁଷ ଓ ଐଶ୍ବର୍ଯ୍ୟା ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି। କେବଳ ଦୁହିଁଙ୍କ ମଧ୍ୟରେ ହୋଇଥିବା ପାରିବାରିକ ଝଗଡ଼ା ପାଇଁ ଦୁହେଁ ଏଭଳି ପୋଷ୍ଟ କରିଛନ୍ତି। ଏବେ ଦୁହେଁ ଚେନ୍ନାଇରେ ନୁହେଁ ହାଇଦ୍ରାବାଦରେ ଅଛନ୍ତି। ସେମାନଙ୍କ ସହ ମୁଁ କଥା ହୋଇଛି।

bollywoodshaadis

ଉଲ୍ଲେଖଯୋଗ୍ୟ, ଧନୁଷ ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ବର୍ଯ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ। ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ବର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା। ଜାନୁଆରି ୧୭ରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଥିଲେ ଯେ, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ। ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ‌ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ ।

ସମ୍ବନ୍ଧିତ ଖବର