ନିକଟ ରେ କରମୁକ୍ତ ଘୋଷଣା କରାଯାଇଥିବା ହିନ୍ଦୀ ସିନେମା ସଂପର୍କ ରେ ଆସନ୍ତୁ ଜାଣିବା ..
ଟଏଲେଟ୍ ଏକ ପ୍ରେମ କଥା: ଶ୍ରୀ ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାର ଓ ଭୂମି ପେଡେନକରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ ଟଏଲେଟ୍- ଏକ ପ୍ରେମକଥା’ (୨୦୧୭) ସ୍ୱଚ୍ଛତା ଅଭିଯାନ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ନିର୍ମିତ ହୋଇଥିଲା । ଏହାକୁ କେତେକ ରାଜ୍ୟରେ କରମୁକ୍ତ କରାଯାଇଥିଲା ।
ମାଁଝିି ଦ ମାଉଣ୍ଟେନ୍ ମ୍ୟାନ୍ : ନବାଜୁଦ୍ଦିନ ସିଦ୍ଦିକୀଙ୍କ ‘ ମାଁଝି ଦ ମାଉଣ୍ଟେନ୍ ମ୍ୟାନ୍’ କୁ ବିହାର ଓ ଉତ୍ତରାଖଣ୍ଡରେ କରମୁକ୍ତ କରାଯାଇଥିଲା । ଏହା ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ।
ହିନ୍ଦୀ ମିଡିଅମ୍ : ଏହ କମେଡି-ଡ୍ରାମାକୁ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜୁରାଟ ଭଳି ରାଜ୍ୟରେ କରମୁକ୍ତ ଘୋଷିତ ହୋଇଥିଲା । ଏଥିରେ ଇରଫାନ ଖାନ୍ ଓ ସବା କମର୍ ଲିଡ ରୋଲ୍ରେ ଥିଲେ ।
ଏୟାରଲିଫ୍ଟ: ଅକ୍ଷୟ କୁମାର ଷ୍ଟାର୍ର ‘ ଏୟାର ଲିଫ୍ଟ’ ପାଖାପାଖି ୧୨୮ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହି ଫିଲ୍ମକୁ ଉତ୍ତରପ୍ରଦେଶ ଓ ବିହାର ସରକାର କରମୁକ୍ତ ଘୋଷଣା କରିଥିଲେ । ଏଥିରେ ଅକ୍ଷୟ କୁମାର ଜଣେ ସଫଳ ଭାରତୀୟ ବ୍ୟବସାୟୀ ଭୂମିକାରେ ଅଭିନୟ କରିଥିଲେ ।
ଦଙ୍ଗଲ୍ : ସର୍ବଜନାଦୃତ ସିନେମା ‘ଦଙ୍ଗଲ୍’ ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶ ରେ କରମୁକ୍ତ ଘୋଷିତ ହୋଇଥିଲା । ଏଥିରେ ଅମୀର ଖାନ୍ , ସାକ୍ଷୀ ତନଓ୍ଵର୍, ସାନା ଶେଖ୍ ଓ ସନାୟା ମାଲହୋତ୍ରା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ଜଣେ କୁସ୍ତି ଯୋଦ୍ଧା ମହବୀର ସିଂହ ଫୋଗଟଙ୍କ ଜୀବନୀ ଆଧାରିତ ଥିଲା ।