ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କରୁଥିବା ସୋ’ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁଜାଫରପୁର ଜିଲ୍ଲାରେ ଥିବା ମିଠାନ୍‌ପୁର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ସେ ସେଠାକୁ ଏକ ସ୍କୁଲର ସମାରୋହରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅସୁବିଧାରେ ପଡ଼ିଛନ୍ତି ।

The Indian Express

ଅଧିକ ରାତି ପର୍ଯ୍ୟନ୍ତ ସେ ସ୍କୁଲ ପରିସରରେ ନିଜର ସୋ’ ଚାଲୁ ରଖିଥିବା ବେଳେ ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶବ୍ଦ ଅସହ୍ୟ ହେବାରୁ ସେମାନେ ପୁଲିସରେ ଯାଇ କୁମାରଙ୍କ ସହିତ ସୋ’ର ଆୟାଜକଙ୍କ ବିରୋଧରେ ମଧ୍ୟ ମାମଲ ରୁଜୁ କରିଥିଲେ । ୧୯୮୯ରେ ସେ ସଙ୍ଗୀତ ଦୁନିଆରେ ପାଦ ରଖିଥିବା ବେଳେ ୧୯୯୦ରେ ଫିଲ୍ମ ଆଶିକି ପରେ ତାଙ୍କୁ ସଫଳତା ମିଳିବା ସହ ସେ ଲୋକପ୍ରିୟ ହୋଇ ପାରିଥିଲେ ।

ସମ୍ବନ୍ଧିତ ଖବର