ବଲିଉଡ଼୍ର ବହୁ ପ୍ରତୀକ୍ଷିତ ଫିଲ୍ମ ରାଣୀ ‘ପଦ୍ମାବତୀ’ରେ ଅଭିନେତ୍ରୀ ଦୀପିକା ପାଦୁକନ୍ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଅଭିନେତା ସାହିଦ୍ କପୁର୍ ରାଜା ରତନ୍ ସିଂହଙ୍କ ଭୂମିକାରେ ନଜର ଆସୁଛନ୍ତି। ତେବେ ପୂର୍ବରୁ ଅଭିନେତ୍ରୀ ଦୀପିକା ଓ ଅଭିନେତା ସାହିଦ୍ଙ୍କର ଫିଲ୍ମ‘ପଦ୍ମାବତୀ’ ପାଇଁ ଫାଷ୍ଟ୍ର୍ଲୁକ୍ର ପୋଷ୍ଟର୍ ରିଲିଜ୍ ହୋଇଥିଲା,ଯେଉଁଥିରେ କି ରାଣୀଙ୍କ ଭୂମିକାରେ ଦୀପିକା ବହୁତ ସୁନ୍ଦର ଦିଶୁଥିଲାବଳେ ରାଜାଙ୍କ ଅବତାରରେ ଖୁବ୍ ଆକର୍ଷଣୀୟ ଦିଶୁଥିଲେସାହିଦ୍ କପୁର୍।
ହେଲେ ଏବେ ଏହି ଫିଲ୍ମର ନେଗେଟିଭ୍ ରୋଲ୍ରେ ରହିଥିବା ତଥା ଆଲ୍ଲାଉଦ୍ଦିନ୍ ଖିଲ୍ଜିଙ୍କ ଚରିତ୍ର ନିଭାଉଥିବା ଅଭିନେତା ରଣବୀର୍ ସିଂହଙ୍କ ଫାର୍ଷ୍ଟ ଲୁକ୍ ବାଲା ୨ଟି ପୋଷ୍ଟର୍ର ରିଲିଜ୍ ହୋଇଛି ,ଯେଉଁଥିରେ କି ରଣବୀର୍ ସୁଲ୍ତାନ୍ ଆଲ୍ଲାଉଦ୍ଦିନ୍ଙ୍କ ଭୂମିକାରେ ଖୁବ୍ ଭୟଙ୍କର ଦିଶୁଛନ୍ତି। ସୂତ୍ର ଅନୁଯାୟୀ ,ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତୀ’ଆସନ୍ତା ଡ଼ିସେମ୍ବର ୧ତାରିଖରେ ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।