ମୁମ୍ବାଇ : ଗତବର୍ଷ ଡିସେମ୍ବର ୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନ୍ସ ଓ ନିକ୍ ଜୋନ୍ସ । ଦୁହିଁଙ୍କ ବିବାହକୁ ଏବେ ବର୍ଷେ ପୂରିବାକୁ ଥିବା ବେଳେ ବିବାହ ବାର୍ଷିକକୁ ଖାସ୍ କରିବା ପାଇଁ ନିକ୍ ଯୋଜନା ଆରମ୍ଭ କରିଛନ୍ତି । ବିବାହକୁ ବର୍ଷେ ପୂରିବା ଦିନ ସେ ପ୍ରିୟଙ୍କାଙ୍କୁ ଖୁସି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ସାମ୍ନାକୁ ଆସିଛି। ତେବେ ପ୍ରିୟଙ୍କାଙ୍କୁ ସର୍ପ୍ରାଇଜ୍ ଦେବା ପାଇଁ ଚାହୁଁଥିବାରୁ ନିଜର ଯୋଜନା ବିଷୟରେ ସେ କିଛି ବି କହିବାକୁ ମନା କରି ଦେଇଛନ୍ତି । କେବଳ ସେଦିନ ସେ ପ୍ରିୟଙ୍କାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଥିବା କଥା ସ୍ପଷ୍ଟ କରିଛନ୍ତି ।
Times of Indiaସୂଚନା ମୁତାବକ, ଡିସେମ୍ବର୨, ୨୦୧୮ରେ ଯୋଧପୁରର ଉମୈଦ ଭବନରେ ପ୍ରିୟଙ୍କା-ନିକ୍ଙ୍କ ବିବାହ ହୋଇଥିଲା । ବିବାହରେ ପ୍ରିୟଙ୍କା ପିନ୍ଧିଥିବା ପୋଷାକ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ପରେ ଦୁହିଁଙ୍କ ବିବାହର ଭୋଜିକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ବିବାହ କାର୍ଯ୍ୟ ଶେଷ କରି ପ୍ରିୟଙ୍କା-ନିକ୍ ଆମେରିକା ଚାଲି ଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/-6.jpg)